20.1 C
Bhubaneswar
Monday, November 18, 2024
Homeଓଡିଶାଡିଆଁଡେଇଁ ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା

ଡିଆଁଡେଇଁ ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ଡିଆଡ଼େଇଁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ଚାଉଳ ବସ୍ତାରେ ୫୦ କେଜି ବଦଳରେ ୪୦ କେଜି ଆସିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ବିଦ୍ୟାଳୟ ଘେରାଉ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଡିଆଁଡେଇଁ ଗ୍ରାମ ପ୍ରାଥମିକ ବିଦ୍ୟାଳୟର ସ୍କୁଲ ପରିଚାଳନା ଦାୟିତ୍ୱ ନୂତନ ପରିଚାଳନା କମିଟି ନେଇଛି । ଆଜି ମଧ୍ୟାହ୍ନ ଚାଉଳ ବାଣ୍ଟନ ଦାୟିତ୍ୱରେ ଥିବା ଠିକାଦାର ସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ ଦେବାକୁ ଆସିଥିବା ବେଳେ କମିଟି ସଭ୍ୟ ତାହାର ଓଜନ କରିଥିଲେ । ୫୦ କେଜି ବସ୍ତାରେ ୪୦ କେଜି, ୪୫ କେଜି ଏପରି ଭାବେ ଚାଉଳ ଥିବାରୁ ଏହାର ପ୍ରତିବାଦ କରିଥିଲେ । ଚାଉଳ ଦେଉଥିବା ବଣ୍ଟନକାରୀ ସେଠାରେ ଚାଉଳ ରଖି ପଳାଇବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲ ।

ପରେ ପରିଚାଳନା କମିଟି ଓ ଗ୍ରାମବାସୀ ବିଦ୍ୟାଳୟ ସମ୍ମୁଖରେ ଚାଉଳ ବସ୍ତାରଖି ଘେରାଉ କରିବା ସହ ବିଇଓ ଓ ଗଞ୍ଜାମ ବିଡିଓ ବିଶ୍ୱଜିତ ରାୟଙ୍କୁ ଅବଗତ କରାଇଥିଲେ । ଯାହାକୁ ନେଇ ବିଦ୍ୟାଳୟ ପରିସରେ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରଧାନଶିକ୍ଷକ ନିରଞ୍ଜନ ବେହେରା ସିଆର୍‌ସିସି ଅଭିରାମ ନାୟକଙ୍କୁ ଅବଗତ କରାଇବା ପରେ ସେ ଘଟଣା ସ୍ଥଳକୁ ଆସିଥିଲେ । ତାଙ୍କ ଉପସ୍ଥିତିରେ କମିଟି ବୃନ୍ଦ ଦୁଇଟି ବିଦ୍ୟାଳୟକୁ ଦିଆଯାଉଥିବା ଚାଉଳ ବସ୍ତାକୁ ଓଜନ କରି କମ୍ ଚାଉଳ ରହିଥିବା ଦେଖାଇଥିଲେ । ଏନେଇ ସେ ଉଚ୍ଚ ଅଧିକାରୀଙ୍କୁ ଜଣାଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏହି ଘେରାଉରେ ପରିଚାଳନା କମିଟି ସଭାପତି ଭିକାରୀ ଚରଣ ନାହାକ, ଉପସଭାପତି ରାଜଲଷ୍ମୀ ନାହାକ, ସଭ୍ୟ ମନୋରଞ୍ଜନ ନାହାକ, ଶ୍ରାବଣୀ ନାହାକ, ଗାୟତ୍ରୀ ନାହାକ, ବାସନ୍ତି ନାହାକ, ଭାସ୍କର ନାହାକ, ବାବୁଲା ନାହାକ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking