19.1 C
Bhubaneswar
Friday, November 22, 2024
Homeଓଡିଶାଓଏଏସ୍‌ ସ୍ତରରେ ଅଦଳବଦଳ

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଶନିବାର ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସଡମା)ର ନିର୍ବାହୀ ନିର୍ଦ୍ଦେଶକ କମଳ ଲୋଚନ ମିଶ୍ରଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ନିଯୁକ୍ତ କରିଛନ୍ତି । ଅଜିତ କୁମାର ମିଶ୍ର ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ଶ୍ରୀ ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବଭାବେ ନିଯୁକ୍ତ ହୋଇଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଯୁଗ୍ମ ସଚିବ ଯଦୁମଣି ମହଲାଙ୍କୁ କେନ୍ଦୁଝରର ଅତିରିକ୍ତ ଜିଲ୍ଲାପାଳ, ରାଜ୍ୟ ଶିଶୁ ସୁରକ୍ଷା କମିଶନର ସଚିବ ସୋନିଆ ବେହେରାଙ୍କୁ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି ।

ସେହିପରି ପୀତାମ୍ବର ସାମଲ କେନ୍ଦ୍ରାପଡ଼ାର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଢ଼େଙ୍କାନାଳ ଜିଲ୍ଲା ଡିଆର୍‌ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନିକ) ଥିବା ରବି ନାରାୟଣ ତ୍ରିପାଠୀଙ୍କୁ ରାୟଗଡ଼ା ଡିଆର୍‌ଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଆନନ୍ଦପୁରର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତଙ୍କୁ ଢ଼େଙ୍କାନାଳର ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଡେଲାଙ୍ଗର ପୂର୍ବତନ ବିଡିଓ କ୍ଷୀରୋଦ ପ୍ରଧାନଙ୍କୁ ଶିଶୁ ସୁରକ୍ଷା କମିଶନର ସଚିବ, ନୟାଗଡ଼ ବିଡିଓ ମନୋଜ ପାତ୍ର ଭଦ୍ରକର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଅପରପକ୍ଷରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ ୧୭ଜଣଙ୍କ ଅଦଳବଦଳ ନେଇ ବିଜ୍ଞପ୍ତି ଜାରି ହୋଇଛି ।

ବିଏମ୍‌ସିର କନିଷ୍ଠ ଯନ୍ତ୍ରୀଭାବେ ନିଯୁକ୍ତ ହୋଇଛନ୍ତି ରାମଚନ୍ଦ୍ର ମିଶ୍ର । ପୂର୍ବରୁ ସେ ଖଲ୍ଲିକୋଟ ଏନ୍‌ଏସିରେ ନିର୍ବାହୀ ଅଧିକାରୀ ରହିଥିଲେ । କଟକର ଡେପୁଟି ଜିଲ୍ଲାପାଳ ଥିବା ଅନିତା ପାତ୍ରଙ୍କୁ କଟକ ମ୍ୟୁନିସିପାଲଟିର ଯୁଗ୍ମ କମିଶନର ଭାବେ ନିଯୁକ୍ତ କରାଯାଇଛି । କଟକ ମ୍ୟୁନିସିପାଲିଟିର ଓଏସ୍‌ଡି ରହିଥିବା ପଲ୍ଲବୀ ବେହେରାଙ୍କୁ ବାଙ୍କୀ ଏନ୍‌ଏସିର ନିର୍ବାହୀ ଅଧିକାରୀ, ସୁନ୍ଦରଗଡ଼ ମ୍ୟୁନିସିପାଲଟି ର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ଚମ୍ପୁଆ ଏନ୍‌ଏସିର ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଚମ୍ପୁଆ ଏନ୍‌ଏସିର ନିର୍ବାହୀ ଅଧିକାରୀ ଥିବା ଗୌରହରି ମହନ୍ତଙ୍କୁ ପାଟଣାଗଡ଼ ଏନ୍‌ଏସିର ନିର୍ବାହୀ ଅଧିକାରୀଭାବେ ବଦଳି କରାଯାଇଛି ।

ସିଏମ୍‌ସିର ଉପ-କମିଶନର ଥିବା ମଧୁସ୍ମିତା ସିଂହ ସୁନ୍ଦରଗଡ଼ ମ୍ୟୁନିସିପାଲଟିର ନିର୍ବାହୀ ଅଧିକାରୀ , ରାଉରକେଲା ମ୍ୟୁନିସିପାଲଟିର ସହ କମିଶନର ଭାବେ ସୁକାନ୍ତ ଚନ୍ଦ୍ର ବେଉରା, ରାଜଗାଙ୍ଗପୁର ମ୍ୟୁନିସିପାଲଟିର ନିର୍ବାହୀ ଅଧିକାରୀ ଭାବେ ମେହଦିଓସ୍ ଲାକ୍ରା, ବାଲୁଗାଁ ଏନ୍‌ଏସିରର ନିର୍ବାହୀ ଅଧିକାରୀ ଭାବେ ପ୍ରମୋଦ କୁମାର ପାଢ଼ୀ, ହିନ୍ଦୋଳ ଏନ୍‌ଏସିର ନିର୍ବାହୀ ଅଧିକାରୀ ଭାବେ ଆକୃତି ଗୋଏଙ୍କା, ବ୍ରଜରାଜନଗର ମ୍ୟୁନିସିପାଲଟିର ନିର୍ବାହୀ ଅଧିକାରୀଭାବେ ଚନ୍ଦ୍ରମଣି ସ୍ୱାଇଁଙ୍କୁ ନିଯୁକ୍ତ କରାଯାିଛି । ବଲାଙ୍ଗୀର ମ୍ୟୁନିସିପାଲଟିର ନିର୍ବାହୀ ଅଧିକାରୀଭାବେ ବିପିନ ବିହାରୀ ଦୀପ ପୂର୍ବଭଳି କାର୍ଯ୍ୟ କରିବେ । ତାଙ୍କର କବିସୂର୍ଯ୍ୟନଗର ଏନ୍‌ଏସିକୁ ନିର୍ବାହୀ ଅଧିକାରୀଭାବେ ବଦଳିକୁ ବାତିଲ କରି ଦିଆଯାଇଛି । ସେହିପରି ନିମାପଡ଼ା ଏନ୍‌ଏସିର ନିର୍ବାହୀ ଅଧିକାରୀ ଭାବେ ସତ୍ୟପ୍ରକାଶ ମିଶ୍ର, ରାଇରଙ୍ଗପୁର ଏନ୍‌ଏସିର ନିର୍ବାହୀ ଅଧିକାରୀଭାବେ ଧର୍ମେନ୍ଦ୍ର ଶତପଥି, ନୂଆପଡ଼ା ଏନ୍‌ଏସିର ନିର୍ବାହୀ ଅଧିକାରୀଭାବେ ଭୁବନ କୁମାର ଶତପଥି, ସ୍ୱସ୍ତିକ ଜମାଦାରଙ୍କୁ କୋରାପୁଟ ମ୍ୟୁନିସିପାଲଟିର ନିର୍ବାହୀ ଅଧିକାରୀ ସହିତ ସୁନାବେଡ଼ା ମ୍ୟୁନିସିପାଲଟିର ମଧ୍ୟ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ମନୋଜ କୁମାର ମାଝୀ ପର୍ଜଙ୍ଗର ଅତିରିକ୍ତ ତହସିଲଦାର, ଲୋପାମୁଦ୍ରା ରଥ କାମାକ୍ଷାନଗରର ସହକାରୀ ଜିଲ୍ଲାପାଳ, ଅନିତା କୁମାର ସାହୁ କନ୍ଧମାଳର ସହକାରୀ ଜିଲ୍ଲାପାଳ, କେନ୍ଦ୍ରାପଡ଼ାର ଅତିକ୍କ୍ ତହସିଲଦାର ଭାବେ ପ୍ରଦୀପ କୁମାର ସେଠୀ, ମୋଟୁର ଅତିରିକ୍ତ ତହସିଲଦାର ଭାବେ ସବିର ଶାହ, ଜଳେଶ୍ୱରର ଅତିରିକ୍ତ ତହସିଲଦାର ହେମନ୍ତ କୁମାର ନାୟକ, ଫୁଲବାଣୀର ୍ରତିରିକ୍ତ ତହସିଲଦାର ବିରଞ୍ଚି କହଁର, ମାଲକାନାଗିରିର ଅତିରିକ୍ତ ତହସିଲଦାର ଭାବେ ଅଶୋକ କୁମାର ମୁଦୁଲି, ବଡ଼ବିଳ୍‌ର ଅତିରିକ୍ତ ତହସିଲଦାର ଭାବେ ଶାନ୍ତିରାମ ହେମ୍ବ୍ରମଙ୍କୁ ନିଯୁକ୍ତ କରାଯାଇଛି ।

ସେହିପରି ନିରଞ୍ଜନ କୁମାର ଧଳ, ରାଜେନ୍ଦ୍ର କୁମାର ଖୋରା, ଅଭିଲା କୁମାର ପୁରୋହିତଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ବାହୀ ଅଧିକାରୀ, ବିଶୋଇର ଅତିରିକ୍ତ ତହସିଲଦାର ଭାବେ ପ୍ରାଚୀ ପ୍ର୍ରି୍ରଦର୍ଶିନୀ, ମାଲକାନଗିରି ସବ୍‌-ରେଜିଷ୍ଟାର ଭାବେ ମନୋଜ କୁମାର ମହାନ୍ତି, ନରସିଂହପୁରର ଅତିରିକ୍ତ ତହସିଲଦାର ଭାବେ ଅଶୋକ କୁମାର ବେହେରା ଓ ବଡ଼ମ୍ବରା ଅତିରିକ୍ତ ତହସିଲଦାର ଭାବେ ତପନ କୁମାର ପରିଡ଼ାଙ୍କୁ ନିଯୁକ୍ତ କରାଯାଇଥିବା ନେଇ ରାଜ୍ୟ ଓ ବିପର୍ଯ୍ୟୟ ପରିୀଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking