30.1 C
Bhubaneswar
Monday, May 20, 2024
Homeଓଡିଶାଓଏଏସ୍ ସ୍ତରରେ ଅଦଳବଦଳ

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ୍‌) ସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି । ଏକାଥରେ ୫ ଓଏଏସ୍ ବଦଳିଛନ୍ତି। ସେମାନେ ହେଉଛନ୍ତି ସୁବ୍ରତ କୁମାର ନାୟକ, ଡ. ଶ୍ୱେତ କୁମାର ଦାଶ, ଦିବ୍ୟଲୋଚନ ମହାନ୍ତ, ପ୍ରଫୁଲ୍ଲ କୁଜୁରୁ ଓ ଜିତେନ୍ଦ୍ର କୁମାର ସାହୁ । ବୁଧବାର ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବୁର୍ଲା ଭିମସାର୍‌ର ରେଜିଷ୍ଟ୍ରାର ସୁବ୍ରତ କୁମାର ନାୟକ କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳ(ଏଡିଏମ୍‌) ଭାବେ ବଦଳି ହୋଇଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ବିଭାଗଗର ଯୁଗ୍ମ ସଚିବ ଡ. ଶ୍ୱେତ କୁମାର ଦାଶ ବିଡିଏର ଯୁଗ୍ମ ଇଷ୍ଟେଟ୍ କମିଶନର ଭାବେ ବଦଳିଛନ୍ତି । ସେହିପରି ଦିବ୍ୟଲୋଚନ ମହାନ୍ତ କଟକ ଅବକାରୀ ବିଭାଗର ଯୁଗ୍ମ କମିଶନରରୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ(ଏଡିଏମ୍‌), ପ୍ରଫୁଲ୍ଲ କୁଜୁରୁ ସମ୍ବଲପୁର ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀରୁ ବୁର୍ଲା ଭିମସାର୍‌ର ରେଜିଷ୍ଟ୍ରାର ଏବଂ ବାଂଶପାଳ ତହସିଲଦାରରୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନର ଉପସଚିବ ଭାବେ ବରିଷ୍ଠ ଓଏଏସ୍ ଜିତେନ୍ଦ୍ର କୁମାର ସାହୁ ବଦଳି ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking