19.1 C
Bhubaneswar
Monday, December 23, 2024
Homeଓଡିଶାଷ୍ଟ୍ରଙ୍ଗରୁମ୍‌ରେ ପହଞ୍ଚିଚଲା ୧୫୫୦ ଇଭିଏମ୍‌

ଷ୍ଟ୍ରଙ୍ଗରୁମ୍‌ରେ ପହଞ୍ଚିଚଲା ୧୫୫୦ ଇଭିଏମ୍‌

ଭୁବନେଶ୍ୱର: ନିର୍ବାଚନ ପାଇଁ ପ୍ରାର୍ଥୀ ଏବଂ ଦଳ ମଧ୍ୟରେ ନିର୍ବାଚନୀ ପ୍ରସ୍ତୁତିକୁ ନେଇ ତତ୍ପରତା ପ୍ରକାଶ ପାଇବାରେ ଲାଗିଛି । ଅନ୍ୟପଟେ  ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନେଇ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଯୋଜନା କରାଯାଉଛି । ବିଏମ୍‌ସି ନିର୍ବାଚନ ଅଧିକାରୀ ଏବଂ ଅତିରିକ୍ତ ଜିଲାପାଳଙ୍କ ନେତୃତ୍ୱରେ ଯୋଜନାକୁ ରୂପରେଖ ଦିଆଯାଉଛି । ଏହି କ୍ରମରେ ଖୋର୍ଦ୍ଧା ମୁଖ୍ୟାଳୟରୁ ୧୫୫୦ ଇଭିଏମ୍ ଭୁବନେଶ୍ୱରରେ ପହଞ୍ôଚଛି । ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟ(ବିଜେବି)ର ଆର୍ଟସ୍ ବ୍ଲକକୁ ଷ୍ଟ୍ରଙ୍ଗ ରୁମ୍ କରାଯାଇଛି ।  ଶୁକ୍ରବାର ବିଏସି କମିଶନର ସଞ୍ଜୟ କୁମାର ସିଂହ ଷ୍ଟ୍ରଙ୍ଗ ରୁମ୍ ପ୍ରସ୍ତୁତି ନେଇ ସ୍ଥିତି ପରଖିବା ପରେ ଶନିବାର ସୁରକ୍ଷିତ ଭାବେ ଇଭିଏମ୍‌ଗୁଡ଼ିକ ଏଠାରେ ରଖାଯାଇଛି ।

ତେବେ ମତଦାନର ଦିନକ ପୂର୍ବରୁ ଅର୍ଥାର୍ତ୍ ୨୩ ତାରିଖରେ ଇଭିଏମ୍ ଗୁଡ଼ିକ ବୁଥକୁ ସ୍ଥାନାନ୍ତରିତ କରାଯିବ । ସେହିପରି ମହାନଗରର ବିଭିନ୍ନ ୱାର୍ଡ଼ରେ ସ୍ୱାଧୀନରୁ ଏକାଧିକ ପ୍ରାର୍ଥୀ ରହିଥିବାବେଳେ ସମସ୍ତ ଚିହ୍ନ କିପରି ତ୍ରୁଟିମୁକ୍ତ ଭାବେ ଇଭିଏମ୍‌ରେ ସ୍ଥାନ ପାଇବ ସେନେଇ ଗୁରୁତ୍ୱ ଦିଆଯିବ । ଅନ୍ୟପଟେ ବିଭିନ୍ନ ରାଜନୈତିକ ଦଳର ଏଜେଣ୍ଟଙ୍କ ସମ୍ମୁଖରେ ଇଭିଏଗୁଡ଼ିକର କମିଂସନିଂ କରାଯିବ । ଏନେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଳ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ମହାନଗରରେ ଚଳିତଥର ମେୟର ଏବଂ କର୍ପୋରେଟର ପଦବୀ ପାଇଁ ନିର୍ବାଚନ ହେଉଛି । ପ୍ରତି ବୁଥ୍‌ରେ ଦୁଇଟି ଲେଖାଏଁ ଇଭିଏମ୍ ଲଗାଯିବ ।

ସମୁଦାୟ ୭୦୫ଟି ବୁଥ୍‌ରେ ମତଦାନ ହେବାକୁ ଯାଉଥିବାେବେଳ ୧୪୧୦ଟି ଇଭିଏମ୍ ଆବଶ୍ୟକ ହେବ । ତେବେ ପରିଚାଳନାଗତ ତ୍ରୁଟି ଭଳି ଜରୁରୀ କାଳୀନ ପରିସ୍ଥିତିକୁ ଏଡ଼ାଇବା ପାଇଁ ଅତିରିକ୍ତ ୧୪୦ଟି ଇଭିଏମ୍ ମହଜୁଦ୍ ରଖାଯିବ । ସେହିପରି ମହାନଗର ନିର୍ବାଚନରେ ପ୍ରଥମ ଥର ନୋଟା (ନନ୍ ଅଫ୍ ଦି ଏବଭ୍‌) ବ୍ୟବହାର ଲାଗି ସୁଯୋଗ ପାଇବେ । ୱାର୍ଡ଼ କୌଣସି ବି ପ୍ରାର୍ଥୀ ଯୋଗ୍ୟ ମନେ ନହେଲେ ଭୋଟର୍ ନୋଟା ବାଛିପାରିବେ । ତେବେ ଇଭିଏମ୍ ପରିଚାଳନା ଏବଂ ଭୋଟ୍ ଗଣତି ପର୍ଯ୍ୟନ୍ତ ସବୁ କିଛି କିପରି ଶାନ୍ତି ଶୃଙ୍ଖଳାର ସହ ହେବ ସେ ନେଇ  ଆନୁସଙ୍ଗିକ ବନ୍ଦୋବସ୍ତ କରାଯାଉଥିବା ଶ୍ରୀ ସ୍ୱାଇଁ କହିଛନ୍ତି ।

ସୂଚନା ଥାଉ କି, ଇଭିଏମର ତ୍ରୁଟିମୁକ୍ତ ପରିଚାଳନା ପାଇଁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ତାଲିମ୍ ପ୍ରଦାନ କରାଯିବ । ୧୪ ତାରିଖରୁ ୧୬ତାରିଖ ୩ ଦିନ ପର୍ଯ୍ୟନ୍ତ ପୁଲିଂ ପର୍ସନ ତାଲିମ୍ ଆରମ୍ଭ ହେବ । ୭୦୫ ପ୍ରିଜାଇଡିଂ ଅଫିସରଙ୍କ ବ୍ୟତୀୟ ଆଉ ୧୦ପ୍ରତିଶତ ଅର୍ଥାତ୍ ୭୭୫ଜଣ ଅଫିସରଙ୍କୁ ତାଲିମ୍ ଦିଆଯିବ । ସେହିପରି ୭୦୫ ଏବଂ ଅତିରିକ୍ତ ୧୦ ପ୍ରତିଶତ ଅଫିସର ଅର୍ଥାତ୍ ୭୭୫ ଜଣ ପୋଲିଂ ଅଫିସରଙ୍କୁ ମଧ୍ୟ ତାଲିମ୍ ଦିଆଯିବ । ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ମୋଟ୍ ୧୫୫୦ଜଣଙ୍କୁ ଏହି ତାଲିମ୍ ଦିଆଯିବ । ପ୍ରତି ବୁଥ୍‌ରୁ ୫ଜଣ ଅଧିକାରୀ ଏହି ଟ୍ରେନିଂକୁ ଆସିବେ । ସେମାନଙ୍କ ମଧ୍ୟରୁ ଇଲେକ୍ସନ ଅଫିସର, ପ୍ରିଜାଇଡିଂ ଅଫିସର ଏବଂ ଫାଷ୍ଟ ପୁଲିଂ ଅଫିସରଙ୍କୁ ତାଲିମ୍ ଦିଆଯିବ । ସେହିପରି ଷ୍ଟ୍ରଙ୍ଗ୍ ରୁମ୍ ମହାବିଦ୍ୟାଳୟରେ ହେବାକୁ ଥିବାବେଳେ ଡିସ୍‌ପୋଜାଲ ସେଣ୍ଟର କଲେଜ ଗ୍ରାଉଣ୍ଡରେ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking