30.1 C
Bhubaneswar
Sunday, June 16, 2024
Homeଓଡିଶାକୂଅ ଖୋଳିବାର ୪ ବର୍ଷ ପରେ ମଧ୍ୟ ମିଳୁନି ସହାୟତା ରାଶି

କୂଅ ଖୋଳିବାର ୪ ବର୍ଷ ପରେ ମଧ୍ୟ ମିଳୁନି ସହାୟତା ରାଶି

ଢେଙ୍କାନାଳ : ଜମିରେ ଜଳସେଚନ କରିବା ପାଇଁ ରାଜ୍ୟ ସରକାର ଜଳନିଧି ଯୋଜନା ପ୍ରଚଳନ କରିଛନ୍ତି । ମାତ୍ର ୨୦୧୭ ମସିହାରୁ ଏହି ଯୋଜନାରେ ଜମିରେ କୂଅ ଖୋଳା ସରିଥିଲେ ମଧ୍ୟ ଆଜି ପର୍ଯ୍ୟ ସରକାରଙ୍କ କୈାଣସି ସହାୟତା ମିଳି ନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍‌ଏସିର ସଫଳ ଚାଷୀ ବାଙ୍କନିଧୀଙ୍କ ନିକଟରେ । ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଏନ୍‌ଏସିର ବାଙ୍କନିଧି ସାହୁ । ସେ କୃଷି କାର୍ଯ୍ୟ କରି ନିଜର ପରିବାର ଚଳାଇଥାନ୍ତି । ଚାଷ କାର୍ଯ୍ୟରେ ଜଳ ସଙ୍କଟକୁ ଦୃଷ୍ଟିରେ ରଖି ବାଙ୍କନିଧୀ ଜଳନିଧୀ ଯୋଜନାରେ ନିଜ ଜମିରେ ୨୦୧୬ ମସିହରେ ଗୋଟିଏ ଖୋଲା କୂଅ ଖନନ କରିଥିଲେ । ଏହି ଯୋଜନାରେ ଚାଷୀଙ୍କୁ ୭୫ ପ୍ରତିଶତ ସହାୟତା ରାଶି ପାଇବାର ବ୍ୟବସ୍ଥା ମଧ୍ୟ ଥିଲା ।

ବାଙ୍କନିଧୀ ଆଇଡି ନମ୍ବର : ୪୪୬୧୦/୨୦୧୬ ଅନୁଯାୟୀ କାର୍ଯ୍ୟାଦେଶ ପାଇଥିଲେ । ଏହାପରେ ସେ ନିଜ ୩ ଏକର ଜମିରେ ପରିବା ଚାଷ କରିବା ପାଇଁ ସେଠାରେ କୁଅ ଖୋଳିଥିଲେ । ୨୦୧୭ ମସିହାରେ ଏକ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ କରି କୁଅ ଖୋଳା ସଂପୁର୍ଣ୍ଣ କରିଥିଲେ ବାଙ୍କନିଧୀ । ସଂପୁର୍ଣ୍ଣ ପରେ କୁଅ ଖୋଳା ସାରି ସେଥିରେ ପାଣି ପମ୍ପ ସ୍ଥାପନ କରି ପରିବା ଚାଷ କରିଥିଲେ । କୃଷି ବିଭାଗ ଅଧିକାରୀ ପରିଦର୍ଶନ କରିସାରିବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସହାୟତା ରାଶି ମିଳିପାରି ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ସେ ଶେଷରେ ନିରାଶ ହୋଇ କୁଅ ଖୋଳା ବାବଦକୁ ଥିବା ସହାୟତା ରାଶି ପାଇଁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking