25.1 C
Bhubaneswar
Friday, March 13, 2026
Homeଦେଶ ବିଦେଶପୁତିନ୍‌ଙ୍କ ବିରୋଧରେ ୟୁରୋପୀୟ ଦେଶଗୁଡ଼ିକଙ୍କ ସଂଗୀନ ଅଭିଯୋଗ

ପୁତିନ୍‌ଙ୍କ ବିରୋଧରେ ୟୁରୋପୀୟ ଦେଶଗୁଡ଼ିକଙ୍କ ସଂଗୀନ ଅଭିଯୋଗ

ମସ୍କୋ: ରୁଷ୍ ବିରୋଧରେ ୟୁରୋପୀୟ ଦେଶଗୁଡ଼ିକ ଏବେ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି। ତେବେ ଏହି ଅଭିଯୋଗ ସିଧାସଳଖ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କ ବିରୋଧରେ ବୋଲି କୁହାଯାଉଛି। ୟୁରୋପୀୟ ଦେଶଗୁଡ଼ିକଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ବିରୋଧୀ ଦଳ ନେତା ଆଲେକ୍ସେସି ନାଭାଲନିଙ୍କୁ ବିଷ ଦେଇ ହତ୍ୟା କରିଛନ୍ତି। ନାଭାଲନିଙ୍କୁ ବେଙ୍ଗ ଠାରୁ ମିଳୁଥିବା ବିଷ ଏପିବାଟିଡିନ୍ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୨୦୨୪ ରେ ଜେଲରେ ନାଭାଲନିଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ ବିଷ ଦିଆଯାଇଥିବା ଲାବୋରେଟୋରୀ ପରୀକ୍ଷାରୁ ଜଣାପଡ଼ିଥିବା ବ୍ରିଟେନ୍ ସମେତ ୫ ୟୁରୋପୀୟ ଦେଶ ଅଭିଯୋଗ କରିଛନ୍ତି। ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ସ୍ୱିଡେନ ଓ ନେଦରଲ୍ୟାଣ୍ଡର ବିଦେଶ ମନ୍ତ୍ରୀମାନେ ଶନିବାର ଅଭିଯୋଗ କରିଛନ୍ତି ଯେ, ଦୁଇ ବର୍ଷ ତଳେ ନାଭାଲନିଙ୍କ ମୃତ୍ୟୁ ହୋଇଥିଲା। ତାଙ୍କଠାରୁ ସଂଗ୍ରହ ନମୁନାରୁ ଏପିବାଟିଡିନ୍ ବିଷର ଉପସ୍ଥିତି ଜଣାପଡ଼ିଛି। ଏପିବାଟିଡିନ୍ ବିଷ ଦକ୍ଷିଣ ଆମେରିକାରେ ମିଳୁଥିବା ଏକ ପ୍ରକାର ବେଙ୍ଗ ଠାରୁ ମିଳିଥାଏ। ଏହି ବେଙ୍ଗ ରୁଷ୍‌ରେ ଦେଖାଯାଆନ୍ତି ନାହିଁ। ୟୁରୋପୀୟ ଦେଶଗୁଡ଼ିକ କହିଛନ୍ତି ଯେ, ସେମାନେ ରାସାୟନିକ ଅସ୍ତ୍ର ଚୁକ୍ତିନାମା ଉଲ୍ଲଂଘନ କରିବା ପାଇଁ ରୁଷ ବିରୋଧରେ ରାସାୟନିକ ଅସ୍ତ୍ର ନିଷେଧ ସଂଗଠନକୁ ରିପୋର୍ଟ କରିବେ ବୋଲି କହିଛନ୍ତି। ପ୍ରକାଶ, ଫେବ୍ରୁଆରୀ ୨୦୨୪ରେ ଆର୍କଟିକ ପେନାଲ କଲୋନୀ ଜେଲରେ ନାଭଲନିଙ୍କର ମୃତ୍ୟୁ ହୋଇଥିଲା। ଭ୍ଲାଦିମିର ପୁତିନ୍ ତାଙ୍କୁ ମିଥ୍ୟା ଅଭିଯୋଗରେ ୧୯ ବର୍ଷର ଜେଲଦଣ୍ଡାଦେଶ ଦେଇଥିଲେ ଯାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା ବୋଲି ୟୁରୋପୀୟ ଦେଶଗୁଡ଼ିକ ଅଭିଯୋଗ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking