40.1 C
Bhubaneswar
Monday, June 17, 2024
Homeଦେଶ ବିଦେଶଓଡ଼ିଶା ଠକକୁ ଉତ୍ତର ପ୍ରଦେଶରୁ ବାନ୍ଧିଲା ଇଓଡବ୍ଲ୍ୟୁ

ଓଡ଼ିଶା ଠକକୁ ଉତ୍ତର ପ୍ରଦେଶରୁ ବାନ୍ଧିଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର:  ସାଧରଣ ଲୋକଙ୍କୁ କମ ଦାମରେ ଏଲ୍‌ଇଡି ମନିଟର ଦେବାର ପ୍ରଲୋଭନ ଦେଖାଇ ପାଖାପାଖି ୨ କୋଟି ଟଙ୍କା ଚୁନ ଲଗାଇଥିବା ଠକକୁ ଗିରଫ କରିଛି ଇଓଡବ୍ଲ୍ୟୁ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ମାଲକାନାଗିରି ଜିଲ୍ଲା ବାଲିମାଳ ଥାନା ଅଞ୍ଚଳର ବିମଳାନନ୍ଦ ଭୂୟାଁ । ଦୀର୍ଘ ଦିନ ହେଲା ଲୁଚି ରହିଥିବା ବିମଳାନନ୍ଦକୁ ଉତ୍ତରପ୍ରଦେଶର ଇନ୍ଦିରାନଗର ଥାନା ଅଞ୍ଚଳରୁ ଗତ ୧୮ ତାରିଖରେ ଗିରଫ କରି ଓଡ଼ିଶା ଆଣିଛି ଇଓଡବ୍ଲ୍ୟୁ । ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ମାସରେ ଇଓଡବ୍ଲ୍ୟୁ ମହାଠକଙ୍କ ପତ୍ନୀ ରମି ଭୂୟାଁଙ୍କୁ ମୁମ୍ୱାଇରୁ ଗରଫ କରିଥିଲା । ବିମାଳାନନ୍ଦ ଓ ତାଙ୍କ ପତ୍ନୀ ରମି ମିଶି ଗଢ଼ିଥିଲେ ‘କ୍ୱୁକ୍ କ୍ଲିକ୍ ଆଡ ମିଡିଆ’ ନାମକ ଏକ ସଂସ୍ଥା । ସେହି ସଂସ୍ଥା ମାଧ୍ୟମରେ ଉଭୟ ଏଲ୍‌ଇଡି ଟିଭି କିଣିବା ପାଇଁ ଲୋକଙ୍କୁ ବିଭିନ୍ନ ଅଫର ଦେଇଥିଲେ । ସେହି ଲୋଭରେ ପଡ଼ିଯାଇଥିଲେ ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ରାଉରକେଲା, ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାର ୫୩ ଜଣ ଲୋକ । ଉଭୟ ଠକ ସେମାନଙ୍କ ଠାରୁ ଠକିଥିଲେ ୧.୨କୋଟି ଟଙ୍କା । କେବଳ ଓଡ଼ିଶା ନୁହେଁ, ଦମ୍ପତି ଛତିଶଗଡ଼ ଶ୍ୟାମନଗର, ରାୟପୁର ଓ ଜଗଦଲପୁରରେ ଅଫିସ୍ ଖୋଲି ମଧ୍ୟ ଠକେଇ କରିଥିଲେ । ୨୦୧୭-୧୮ରେ ଓଡ଼ିଶାରୁ ୫୩ ଜଣଙ୍କ ସମେତ ଅନ୍ୟ ରାଜ୍ୟମାନଙ୍କରେ ୧୦୦ରୁ ଅଧିକ ଲୋକଙ୍କଠାରୁ ଦୁଇ କୋଟିରୁ ଅଧିକ ଟଙ୍କା ଠକିଥିଲେ । ହେଲେ କାହାରିକୁ ଦେଉନଥିଲେ ଏଲ୍‌ଇଡି । ଏପରିକି ନେଇଥିବା ଟଙ୍କା ଫେରାଇ ନଥିଲେ । ଏନେଇ ବିକାଶ କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତି ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଇଓଡବ୍ଲ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମାମଲାର ଇଓଡବ୍ଲ୍ୟୁ ତଦନ୍ତ କରୁଥିବା ଜାଣିପାରି ବିମାଳାନନ୍ଦ ଭୂୟାଁ ଓ ତାଙ୍କ ପତ୍ନୀ ରମି ଟଙ୍କା ଧରି ଓଡ଼ିଶା ଛାଡି ଚମ୍ପଟ ମାରିଥିଲେ । ୨୦୨୦ ମସିହା ପର୍ଯ୍ୟନ୍ତ ସେମାନେ ଇଓଡବ୍ଲ୍ୟୁକୁ ଚକ୍‌ମା ଦେଇ ଦେଶର ବିଭିନ୍ନ ସ୍ଥାନରେ ଛଦ୍ମ ବେଶରେ ଘୂରି ବୁଲୁଥିଲେ । ହେଲେ ପରବର୍ତ୍ତୀ ସମୟରେ ବିମାଳାନନ୍ଦ ଭୂୟାଁ ଦୁବାଇ ପଳାଇ ଯାଇ ସେଠାରେ ‘ଏମ୍ପାର‌୍ୟା ଗ୍ଲୋବାଲ କ୍ୟାପିଟାଲ’ ନାଁରେ ଗୋଟିଏ କମ୍ପାନୀ ପ୍ରତିଷ୍ଠା କରିଥିଲେ । ଦୁବାଇରେ ଦେଢ଼ ବର୍ଷ ଧରି ରହିବା ପରେ ବିମାଳାନନ୍ଦ ଭୂୟାଁ ଭାରତ ଫେରି ଆସିଥିଲେ । କିନ୍ତୁ କୌଣସି ଗୋଟିଏ ସ୍ଥାନରେ ରହୁନଥିଲେ । ପତ୍ନୀଙ୍କଠାରୁ ଅଲଗା ରହୁଥିଲେ । ସେହି ସମୟରେ ଇଓଡବ୍ଲ୍ୟୁ ରମିଙ୍କୁ ମୁମ୍ୱାଇରୁ ଗିରଫ କରିଥିଲା । ସେ ଡୁପ୍ଲିକେଟ୍ ଆଧାର କାର୍ଡ କରି ଏକ ରିଏଲିଇଷ୍ଟେ କମ୍ପାନୀରେ କାମ କରୁଥିଲେ । ରମି ଗିରଫ ହେବାପରେ ବିମାଳାନନ୍ଦ ନାଁ ବଦଳାଇ ଲକ୍ଷେ୍ମø ଇନ୍ଦିରା ନଗରରେ ଏକ ସ୍ନାକ୍ସ ଦୋକାନରେ ମାର୍କେଟିଂ କାମ କରୁଥିଲେ । ଏ ସମ୍ପର୍କରେ ଇଓଡବ୍ଲ୍ୟୁ ଜାଣିପାରି ଗତ ୧୮ ତାରିଖରେ ଲକ୍ଷେ୍ମøର ସେହି ସ୍ନାକ୍ସ ଦୋକାନରେ ଚଢ଼ଉ କରି ବିମାଳାନନ୍ଦ ଭୂୟାଁଙ୍କୁ ଗିରଫ କରିଥିଲା । ପରେ ତାଙ୍କୁ ସ୍ଥାନୀୟ ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ତା’ପରେ ଇଓଡବ୍ଲ୍ୟୁ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ଘଟଣାର ତଦନ୍ତ ଚଳାଇଥିବା କହିଛନ୍ତି ଇଓଡବ୍ଲ୍ୟୁ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking