30.1 C
Bhubaneswar
Wednesday, July 16, 2025
Homeଓଡିଶାହାତୀ ଉପଦ୍ରବ: ଆତଙ୍କିତ ଗ୍ରାମବାସୀ

ହାତୀ ଉପଦ୍ରବ: ଆତଙ୍କିତ ଗ୍ରାମବାସୀ

କଟକ: ବାଙ୍କୀ କୁମୁସର ଜଙ୍ଗଲରେ ଚନ୍ଦକା ହାତୀ । ଡ୍ରୋନ ସାହାଯ୍ୟରେ ହାତୀର ଗତିବିଧି ଉପରେ ନଜର ରଖିଛି ବନବିଭାଗ । ଅନ୍ୟପଟେ ହାତୀକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ୪ଟି ପଞ୍ଚାୟତର ବାସିନ୍ଦା । ସୂଚନା ଅନୁସାରେ ଗତକାଲି ଚନ୍ଦକା ଅଭୟାରଣ୍ୟରୁ ଗୋଟିଏ ଦନ୍ତାହାତୀ ବାଙ୍କୀ ବ୍ଲକର ବ୍ରହ୍ମପୁରା ଅଞ୍ଚଳକୁ ପଶି ଆସିଛି । ହାତୀଟିର ବୟସ ପାଖାପାଖି ୧୦ ବର୍ଷ ହେବ ଅନୁମାନ କରାଯାଉଛି । ତେବେ ସେ ବାଟ ଭୁଲି ଏହି ଅଞ୍ଚଳକୁ ଚାଲି ଆସିଥିବା ବନବିଭାଗ ସ୍ପଷ୍ଟ କରିଛି । ହାତୀଟି ଏବେ କୁମୁସର ଜଙ୍ଗଲରେ ରହିଥିବା ବେଳେ ଡ୍ରୋନ ସାହାଯ୍ୟରେ ହାତୀର ଗତିବିଧି ଉପରେ ବନବିଭାଗ ନଜର ରଖିଛି । ହାତୀଟି ଅଭୟାରଣ୍ୟ ଛାଡି ଜନବସତି ମୁହାଁ ହୋଇଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି । ବନବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସତର୍କ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking