31.1 C
Bhubaneswar
Sunday, May 19, 2024
Homeଓଡିଶାଚିକିତ୍ସାଧୀନ ଅବସ୍ଥାରେ ଦନ୍ତା ହାତୀର ମୃତ୍ୟୁ

ଚିକିତ୍ସାଧୀନ ଅବସ୍ଥାରେ ଦନ୍ତା ହାତୀର ମୃତ୍ୟୁ

ଢେଙ୍କାନାଳ  : ଚାଲିଗଲା ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାର ଜୀବନ । ଢେଙ୍କାନାଳ ଜିଲ୍ଲା ଷଡଙ୍ଗି ରେଞ୍ଜ ଅଧିନରେ ଥିବା ଲହଡା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗତକାଲି ଚକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ ଦନ୍ତା ହାତୀଟିର ବୟସ ପାଖାପାଖି ୧୦ ବର୍ଷ ହୋଇଥିବା ବନବିଭାଗ ଜଣାଇଛି । ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଷଡଙ୍ଗି ରେଞ୍ଜ ଅଧିନରେ ଥିବା ଲହଡା ସରଂକ୍ଷିତ ଜଙ୍ଗଲରେ ଗତ କିଛି ଦିନ ତଳେ ଗୋଟିଏ ଦନ୍ତାହାତୀ ଅସୁସ୍ଥ ହୋଇ ପଡିଥିଲା । ଗ୍ରାମବାସୀଙ୍କ ଜରିଆରେ ଖବର ପାଇ ଷଡଙ୍ଗି ରେଞ୍ଜ ଅଧିନରେ ଥିବା ଅଧିକାରୀ ସହିତ ଡାକ୍ତରୀଦଳ ସେଠାରେ ପହଂଚିଥିଲେ । ହାତୀଟିର ହାଡରେ କୈାଣସି ପ୍ରକାର ସଂକ୍ରମଣ ଯୋଗୁଁ ହାତୀଟି ଅସୁସ୍ଥ ହୋଇପଡିଥିଲା । ଦୁଇ ଦିନ ଧରି ହାତୀଟିର ଚିକିତ୍ସା ଚାଲିଥିଲା । ମାତ୍ର ଗତକାଲି ଚିକିତ୍ସାଧିନ ଅବସ୍ଥାରେ ହାତୀଟିର ମୃତ୍ୟ ଘଟିଛି । ତେବେ ହାତୀଟିର ମତ୍ୟୁର କାରଣ ଜଣିବା ପାଇଁ ବନବିଭାଗ ତରଫରୁ ହାତୀଟିର ମୃତଦେହ ବ୍ୟବଛେଦ କରାଯାଇଛି । ବନବିଭାଗର ଚିକିତ୍ସାରେ ଅବହେଳା ଯୋଗୁଁ ହାତୀଟିର ମୃତ୍ୟୁ ହୋଇଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking