28.1 C
Bhubaneswar
Sunday, September 8, 2024
Homeଓଡିଶାହାତୀ ଆକ୍ରମଣରେ ଗୁରୁତର ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ହାତୀ ଆକ୍ରମଣରେ ଗୁରୁତର ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭଞ୍ଜନଗର: ହାତୀ ଆକ୍ରମଣରେ ଗୁରୁତର ଆହତ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ମହାଗୁଡା ଗ୍ରାମର ବିଦ୍ୟାଧର ଗୌଡ ଓରଫ ଦଣ୍ଡୁ (୫୦) । ଅନ୍ୟପକ୍ଷରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସଂପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ ତୁରନ୍ତ ୬୦ ହଜାର ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରାଯାଇଛି । ପରେ ସଂପୃକ୍ତ ପରିବାରକୁ ବଳକା ୫ ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲିି ଡିଏଫଓ ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ୧୪ ତାରିଖ ରାତି ସାଢ଼େ ୮ଟା ବେଳେ ମହାଗୁଡା ଗ୍ରାମର ଜଣେ ବ୍ୟକ୍ତି ବିଦ୍ୟାଧର ଗୌଡ ଓରଫ ଦଣ୍ଡୁ ନିଜ ଗ୍ରାମର ଚିତ୍ରସେନ ସେଠୀଙ୍କ ସହ ମିଶି ଲୋହରାଖଣ୍ଡି ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ନଦୀରୁ ଗାଧୁଆ ପାଧୁଆ ସାରି ଉଭୟେ ନଦୀ ହିଡକୁ ଉଠିବା ବେଳେ ହିଡ ଉପରେ ଏକାକୀ ବୁଲୁଥିବା ଏକ ଦନ୍ତା ହାତୀ ହାବୁଡରେ ପଡିଯାଇଥିଲେ । ଆଉ ହାତୀକୁ ଦେଖି ଚିତ୍ରସେନ ଘଟଣାସ୍ଥଳରୁ ଚତୁରତାର ସହ ଖସି ପଳାଇଥିବା ବେଳେ ବିଦ୍ୟାଧର କିନ୍ତୁ ହାତୀ ହାବୁଡରେ ପଡିଯାଇଥିଲେ । ହାତୀଟି ଚିତ୍ରସେନକୁ ଶୁଣ୍ଢରେ ଟେକି ନେଇ ଜମିରେ ଘଷି ଦେବା କାରଣରୁ ତାର ପେଟ ଫାଟି ଅନ୍ତ ବୁଜୁଳା ପଦାକୁ ବାହାରି ଯାଇଥିଲା । ପରେ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ରାସ୍ତାରେ ହିଞ୍ଜିଳିକାଟୁ ନିକଟରେ ଚିତ୍ରସେନ ସେଠୀଙ୍କ ମୃତ୍ୟୁ ଘଟିଥିଲା । ଚିତ୍ରସେନ ସେଠୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି, ମୁଜାଗଡ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ ମହାଗୁଡା ଗ୍ରାମରେ ପହଞ୍ଚି ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ଶବ ସତ୍କାର ସହ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ତୁରନ୍ତ ୬୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ଚିତ୍ରସେନ ସେଠୀଙ୍କ ମୃତ୍ୟୁ ସଂପର୍କରେ ତୁରନ୍ତ ବନ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ସୂଚୀତ କରାଯାଇଛି । ଖୁବଶୀଘ୍ର ମୃତକଙ୍କ ପରିବାର ଲୋକଙ୍କୁ ବନ ବିଭାଗ ପକ୍ଷରୁ ବଳକା ୫ ଲକ୍ଷ ୪୦ ହଜାର ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରାଯିବ ବୋଲିି ଡିଏଫଓ ମହାନ୍ତି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking