24.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶମହଙ୍ଗା ହେଲା ବିଜୁଳି: ୟୁନିଟ୍ ପିଛା ୨୦ ପଇସା ଅଧିକ

ମହଙ୍ଗା ହେଲା ବିଜୁଳି: ୟୁନିଟ୍ ପିଛା ୨୦ ପଇସା ଅଧିକ

ରାୟପୁର : ଛତିଶଗଡବାସୀଙ୍କୁ ଆଗାମୀ ମାସଠୁ ବିଜୁଳି ବିଲ୍ ସାମାନ୍ୟ ଅଧିକ ଦେବାକୁ ହେବ । ରାଜ୍ୟରେ ୫୫ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କୁ ଏହା ମାନିବାକୁ ପଡିବ । ଏହା ଜାଣିବା ପରେ ରାଜ୍ୟବାସୀଙ୍କୁ ଝଟକା ଲାଗିଛି । ଘରୋଇ ଉପଭୋକ୍ତାଙ୍କୁ ଏଣିକି ୟୁନିଟ୍ ପିଛା ୨୦ ପଇସା ଅଧିକ ଦେବାକୁ ପଡିବ । ଅନ୍ୟପଟେ କଂଗ୍ରେସ ଦଳ ଏହାର ବିରୋଧ କରୁଛି । ବିଜୁଳି ବିଲ୍ ବଢିବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ସଞ୍ଚାର ପ୍ରମୁଖ ସୁଶୀଲ ଆନନ୍ଦ ଶୁକ୍ଲା କହିଛନ୍ତି । ସରକାର ଆସିବା ଦିନଠୁ ଲୋକଙ୍କ ଖର୍ଚ୍ଚ ବଢୁଥିବା କହିଛି ବିରୋଧୀ ଦଳ । ରାଜ୍ୟ ବିଦ୍ୟୁତ ନିୟମ ଆୟୋଗ ମାସ ଆରମ୍ଭରୁ ନୂଆ ଦାମ୍ ଜାରି କରିଦେଇଛି । ସବୁ ବର୍ଗର ଟାରିଫରେ ପରିବର୍ତ୍ତନ କରାଯାଇଛି । ଘରୋଇ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ୨୦ ପଇସା ପ୍ରତି ୟୁନିଟ୍ ବୃଦ୍ଧି କରାଯାଇଛି । ଏଥିରେ ଘରୋଇ ଉପଭୋକ୍ତାଙ୍କ ବିଜୁଳି ବିଲରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ଖର୍ଚ୍ଚ ପାଇଁ ୨୦ ଟଙ୍କାର ବୃଦ୍ଧି ହୋଇଛି । ସେହିଭଳି ୨୦୦ ୟୁନିଟରେ ୪୦ ଟଙ୍କା ଏବଂ ୬୦୦ ୟୁନିଟ୍ ବିଜୁଳି ଖର୍ଚ୍ଚ ପାଇଁ ୧୨୦ ଟଙ୍କା ଅଧିକ ଦେବାକୁ ହେବ । ନୂଆ ଟାରିଫ୍ ୧ ଜୁନରୁ ୨୦୨୪ରୁ ଲାଗୁ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking