ଦେବଗଡ଼ : ବାରକୋଟ ବିଦ୍ୟୁତ ସେକ୍ସନ ରେ କାର୍ଯ୍ୟରତ ଜଣେ ଲାଇନମ୍ୟାନ ଆଜି 11କେ. ଭି ବିଦ୍ୟୁତ ଖୁଣ୍ଟରେ ଚଢି କମ କରୁଥିବା ସମୟରେ ଖୁଣ୍ଟ ରୁ ଖସିପଡି ମୃତ୍ୟୁ ବରଣ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ବାରକୋଟ ବିଦ୍ୟୁତ ସେକ୍ସନ ରେ କାର୍ଯ୍ୟରତ ପୁରୁଷୋତ୍ତମ ବାଡା (40) ନାମକ ଜଣେ ଲାଇନ ମ୍ୟାନ ଆଜି ପୂର୍ବାହ୍ନ ରେ ନିଜ ଅନ୍ୟ ଜଣେ କର୍ମଚାରୀଙ୍କ ସହ ପୁରୁଣା ବାରକୋଟ ଝରା ସାହି ଅଂଚଳରେ ବିଦ୍ୟୁତ ତାର ମରାମତି ନିମନ୍ତେ 11କେ. ଭି ବିଦ୍ୟୁତ ଖୁଣ୍ଟ ରେ ଚଢିଥିଲେ l ତେବେ ଅଶାଭଧନତା ବଶତଃ ଖୁଣ୍ଟରୁ ତଳକୁ ଖସି ପଡ଼ିଥିଲେ l ଏହା ଦେଖି ସାଙ୍ଗରେ ଥିବା ସହଯୋଗୀ ଜଣକ ବାରକୋଟ ଦମକଳ ବାହିନୀ କୁ ସୂଚନା ଦେଇଥିଲେ l ସୂଚନା ପାଇ ବାରକୋଟ ଦମକଳ ବାହିନୀ ଗୁରୁତର ପୁରୁଷୋତ୍ତମ ଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାରକୋଟ ଡାକ୍ତରଖାନା କୁ ଆଣି ଥିଲେ ମଧ୍ଯ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଡାକ୍ତରଖାନା କର୍ତ୍ତୃପକ୍ଷ ଙ୍କ ଠାରୁ ସୂଚନା ପାଇ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ମୃତ ଲାଇନମ୍ୟାନ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଂଚଳ ର ବୋଲି ଜଣାପଡ଼ିଥିବା ବେଳେ ପରିବାର ଲୋକେ ବାରକୋଟ ଥାନରେ ଅଭିଯୋଗ କରିବା ପରେ ମୃତ ଦେହ ବ୍ୟବଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି l