31.1 C
Bhubaneswar
Monday, June 2, 2025
Homeଦେଶ ବିଦେଶଏନଡିଓ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡା ଟକ୍କର, ୯ଟି ଆସନରେ ଆଗୁଆ ଅଛି ଇଣ୍ଡିଆ...

ଏନଡିଓ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡା ଟକ୍କର, ୯ଟି ଆସନରେ ଆଗୁଆ ଅଛି ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଉଛି ଫଳାଫଳ । ୭ ରାଜ୍ୟର ୧୩ ବିଧାନସଭା ଆସନରେ ଉପନିର୍ବାଚନ ଗଣତି ପ୍ରକ୍ରିୟା ଜାରି ରହିଛି । ତେବେ ବ୍ୟାକଫୁଟରେ ଅଛି ଏନଡିଏ ଏବଂ ୯ ଆସନରେ ଆଗୁଆ ଅଛି ଇଣ୍ଡିଆ ମେଣ୍ଟ। ପଶ୍ଚିମବଙ୍ଗର ୪, ହିମାଚଳ ପ୍ରଦେଶର ୩, ଉତ୍ତରାଖଣ୍ଡର ୨, ବିହାର, ପଞ୍ଜାବ, ମଧ୍ୟପ୍ରଦେଶ ଓ ତାମିଲନାଡୁରେ ଗୋଟିଏ ଲେଖାଏ ଆସନରେ ହୋଇଥିଲା ଉପନିର୍ବାଚନ। ପଞ୍ଜାବ ଜଳନ୍ଧର ୱେଷ୍ଟ ଆସନରୁ ବିଜୟ ଲାଭ କରିଛନ୍ତି ଆପ ନେତା ମହୀନ୍ଦର ଭଗତ। ପଶ୍ଚିମବଙ୍ଗର ସମସ୍ତ ୪ ଆସନ- ବାଗଦା, ରାଣାଘାଟ, ମାଣିକତାଲା ଓ ରାଇଗଞ୍ଜରେ ଟିଏମସି ପ୍ରାର୍ଥୀ ଆଗୁଆ ଅଛନ୍ତି ।ହିମାଚଳ ପ୍ରଦେଶର ଡେରା ଆସନରୁ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ପତ୍ନୀ କମଳେଶ ଠାକୁର । ସେ ବିଜେପି ପ୍ରାର୍ଥୀ ହୋସିଆର ସିଂଙ୍କୁ ୯ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ନାଲଗଡ, ହମିରପୁରରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ଅଛନ୍ତି। ଉତ୍ତରାଖଣ୍ଡର ମଙ୍ଗଳୁର ଓ ବଦ୍ରିନାଥରେ କଂଗ୍ରେସ ଆଗରେ ରହିଛି । ବିହାରର ରୁପାଉଲି ଆସନରେ ଜେଡିୟୁ ପ୍ରାର୍ଥୀ ଆଗରେ ଥିବା ସୂଚନା ମିଳିଛି।ତାମିଲନାଡୁର ବିକ୍ରବନ୍ଦୀରେ ଡିଏମକେ ପ୍ରାର୍ଥୀ ଆଗରେ ଅଛନ୍ତି। ମଧ୍ୟପ୍ରଦେଶର ଛନ୍ଦୱାରା ଅନ୍ତର୍ଗତ ଅମରୱାରା ଆସନରେ ବିଜେପି ଓ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking