ବେଙ୍ଗାଲୁରୁ: ଶନିବାର କର୍ଣ୍ଣାଟକର ତୁମ୍କୁର ଜିଲ୍ଲାର ପାଭାଗଡା ଦେଇ ଯାତ୍ରା କରୁଥିବା ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ପରେ ଛାତ୍ରଛାତ୍ରୀଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 20 ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପୋଲିସ କହିଛି ଯେ ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ 60 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବସ୍ ଉପରୁ ହଠାତ ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ଏହି ଦୁର୍ଘଟଣା ହୋଇଥିଲା । 20 ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି ! ଦୁର୍ଘଟଣା ନେଇ ଅଧିକ ତଦନ୍ତ ଚାଲିଛି।