32.1 C
Bhubaneswar
Saturday, June 22, 2024
Homeଓଡିଶାଶୁଭେଚ୍ଛା ଜଣାଇଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶୁଭେଚ୍ଛା ଜଣାଇଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଆଜି ପହିଲି ରଜ। ରଜ ପର୍ବ ପାଇଁ ଆଜି ସାରା ରାଜ୍ୟ ଉତ୍ସବ ମୁଖର । ଓଡ଼ିଶାର ପାରମ୍ପରିକ ଗଣ ପର୍ବ ରଜ। ତିନି ଦିନ ଧରି ଗାଁଠୁ ସହର ସବୁଠୁ ରଜର ଆସର ଜମିଥାଏ। ପହିଲି ରଜରେକେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ‘ଏକ୍ସ’ରେ ଲେଖିଛନ୍ତି, ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ‘ରଜ’ ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା । ରଜ ଆମ ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ । ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜା କରିବା ଏବଂ ସମ୍ମାନ ଜଣାଇବାର ସ୍ୱତନ୍ତ୍ର ପରମ୍ପରା । ପ୍ରକୃତି ସହ ଯୋଡ଼ିହେବାର ଏହି ମହାନ ପରମ୍ପରା ସମାଜରେ ଭାଇଚାରାକୁ ଆହୁରି ସୁଦୃଢ଼ କରୁ, ଏହା କାମନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking