26.1 C
Bhubaneswar
Sunday, July 7, 2024
Homeଦେଶ ବିଦେଶଇଲେକ୍ଟୋରାଲ ବଣ୍ଡ୍ ବାବଦ ଏଡିଆର ରିପୋର୍ଟ; ୬ ବର୍ଷରେ ବିଭିନ୍ନ ଦଳକୁ ମିଳିଛି ୯୧୮୮ କୋଟି

ଇଲେକ୍ଟୋରାଲ ବଣ୍ଡ୍ ବାବଦ ଏଡିଆର ରିପୋର୍ଟ; ୬ ବର୍ଷରେ ବିଭିନ୍ନ ଦଳକୁ ମିଳିଛି ୯୧୮୮ କୋଟି

ନୂଆଦିଲ୍ଲୀ: ବିଗତ ୬ ବର୍ଷ ଅର୍ଥାତ ୨୦୧୬ରୁ ୨୦୨୨ ମଧ୍ୟରେ ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ବିଭିନ୍ନ ରାଜନୈତିକ ଦଳକୁ ମୋଟ ୯୧୮୮ କୋଟି ଟଙ୍କା ଚାନ୍ଦା ଆକାରରେ ମିଳିଛି ବୋଲି ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ଏଥିମଧ୍ୟରୁ ବିଜେପିକୁ ସର୍ବାଧିକ ୫୨୭୨ କୋଟି (୫୭ ପ୍ରତିଶତ) ମିଳିଥିବାବେଳେ କଂଗ୍ରେସକୁ  ୯୫୨ କୋଟିରେ (୧୦ ପ୍ରତିଶତ) ସନ୍ତୁଷ୍ଟ ହେବାକୁ ପଡିଛି । ଇଲେକ୍ଟୋବରାଲ ବଣ୍ଡ୍ ମାଧ୍ୟମରେ ଚାନ୍ଦା ପାଇଥିବା ଦଳ ମଧ୍ୟରେ ଜାତୀୟସ୍ତରର ୭ ଓ ଆଞ୍ଚଳିକସ୍ତରର ୨୪ଟି ଦଳ ସାମିଲ ଅଛନ୍ତି । ଅବଶିଷ୍ଟ ୨୯୪୪ କୋଟି ଟଙ୍କା ଅନ୍ୟ ୨୯ଟି ଦଳର ଆକାଉଣ୍ଟକୁ ଯାଇଛି ।

ରାଜନୈତିକ ଦଳଗୁଡିକୁ ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ଚାନ୍ଦା ଦେବା ବ୍ୟବସ୍ଥାକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାଏର କରାଯାଇଛି । ପ୍ରଧାନ ବିଚାରପତି ଜଷ୍ଟିସ ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ସାମ୍ବିଧାନିକ ପୀଠରେ ବର୍ତ୍ତମାନ ଏହାର ଶୁଣାଣି ଚାଲିଛି । ଏଡିଆର ରିପୋର୍ଟ ଅନୁଯାୟୀ ୨୦୧୭ରୁ ୨୦୨୨ ମଧ୍ୟରେ ରାଜନୈତିକ ଦଳଗୁଡିକର ଇଲେକ୍ଟୋରାଲ ବଣ୍ଡ୍ ବାବଦ ଚାନ୍ଦା ପରିମାଣ ୭୪୩ ପ୍ରତିଶତ ବୃଦ୍ଧି ପାଇଛି । ଅପରପକ୍ଷରେ କର୍ପୋରେଟ୍ ସଂସ୍ଥା ପକ୍ଷରୁ ଦଳଗୁଡିକୁ ମିଳୁଥିବା ଚାନ୍ଦା ଏହି ସମୟ ମଧ୍ୟରେ ମାତ୍ର ୪୮ ପ୍ରତିଶତ ବୃଦ୍ଧି ପାଇଛି ।

୨୦୧୭ରେ ଏକ ଫାଇନାନ୍ସ ବିଲ୍ ଜରିଆରେ ଇଲେକ୍ଟୋରାଲ ବଣ୍ଡ୍ ବ୍ୟବସ୍ଥାର ପ୍ରଚଳନ କରାଯାଇଥିବାବେଳେ ୨୦୧୮ରେ ଏହା କାର୍ଯ୍ୟକାରୀ ହୋଇଥିଲା । ବ୍ୟକ୍ତିବିଶେଷ ଓ ସଂଗଠନଗୁଡିକ ନିଜର ନାମ ଗୋପନ ରଖି ଇସିଙ୍କ ନିକଟରେ ପଞ୍ଜିକୃତ ହୋଇଥିବା ରାଜନୈତିକ ଦଳଗୁଡିକୁ ଚାନ୍ଦା ଦେବାର ବ୍ୟବସ୍ଥା କରାଯାଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫରୁ ୧୦୦୦, ୧୦,୦୦୦, ୧ ଲକ୍ଷ, ୧୦ ଲକ୍ଷ ଏବଂ ୧ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ୍ ଇସ୍ୟୁ କରାଯାଉଛି । ୨୦୧୬ରୁ ୨୦୨୨ ମଧ୍ୟରେ ଜାତୀୟସ୍ତରର ୭ଟି ଓ ଆଞ୍ଚଳିକ ସ୍ତରର ୨୪ଟି ଦଳ ମୋଟ ୧୬,୪୩୭ କୋଟି ଟଙ୍କା ଚାନ୍ଦା ପାଇଥିବା ରିପୋର୍ଟରୁ ଜଣାପଡିଛି । ଏଥିମଧ୍ୟରୁ ଇଲେକ୍ଟୋରାଲ ବଣ୍ଡ୍ ବାବଦରେ ୯୧୮୮ କୋଟି ମିଳିଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking