30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶତେଜସ୍ୱୀ ଯାଦବଙ୍କୁ ଇଡି ସମନ

ତେଜସ୍ୱୀ ଯାଦବଙ୍କୁ ଇଡି ସମନ

ପାଟନା : ବିହାରରେ ଲ୍ୟାଣ୍ଡ୍ ଫର୍ ଜବ୍ ସ୍କାମ ମାମଲାରେ ଇଡି ପୂର୍ବରୁ ତେଜସ୍ୱୀ ଯାଦବଙ୍କୁ ୩ ଥର ସମନ ଜାରି କରିବା ପରେ ସେ ଆଜି ହାଜର ହୋଇଛନ୍ତି । ରାବଡି ଦେବୀ ବାସଭବନଠାରୁ ଇଡି କାର୍ୟ୍ୟାଳୟ ପର୍ୟ୍ୟନ୍ତ ତେଜସ୍ୱୀ ଯାଦବଙ୍କ ସମର୍ଥକମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ଇଡି କାର୍ୟ୍ୟାଳୟ ବାହାରେ ଶତାଧିକ ଆରଜେଡି ନେତା ଓ କର୍ମୀ ପ୍ରବଳ ହୋହଲ୍ଲା କରିବା ସହ କେନ୍ଦ୍ର ସରକାର ବିରୋଧି ନାରା ଦେଇଛନ୍ତି । ସୋମବାର ଦିନ ଏହି ମାମଲାରେ ଇଡି କାର୍ୟ୍ୟାଳୟରେ ହାଜର ହୋଇଥିଲେ ତେଜସ୍ବୀଙ୍କ ବାପା ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ। ଏହି ସମୟରେ ତାଙ୍କ ଝିଅ ମିଶା ଭାରତୀ ମଧ୍ୟ ତାଙ୍କ ସହ ରହିଥିଲେ । ଲାଲୁ ଯାଦବଙ୍କୁ ପାଖାପାଖି ୧୦ ଘଣ୍ଟା ଧରି ପଚରାଉଚରା କରିଥିଲେ ଇଡି ଅଧିକାରୀ । ଅନ୍ୟପଟେ ମିଶା ଭାରତୀଙ୍କୁ ଫେବ୍ରୁଆରୀ ୫ ତାରିଖରେ ହାଜର ହେବାକୁ ଇଡି ନିର୍ଦ୍ଦେଶ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking