ପାଟନା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପାଟନା ସ୍ଥିତ ସର୍କୁଲାର ରୋଡ୍, ୧୦ରେ ଥିବା ବାସଭବନରେ ପହଞ୍ôଚଥିବା ସୂଚନା ମିଳିଛି । ଜମି ବଦଳରେ ଚାକିରି’ ଦୁର୍ନୀତି ଅଭିଯୋଗ ଆଧାରରେ ଲାଲୁଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଏବଂ ତାଙ୍କର ଦୁଇ ଝିଅ ମିସା ଭାରତୀ ଏବଂ ହେମା ଯାଦବଙ୍କୁ ପୂର୍ବରୁ ସମନ୍ କରିସାରିଥିବା ବେଳେ ଆଜି ଲାଲୁ ଯାଦବ ଏବଂ ତାଙ୍କ ସାନ ପୁଅ ତଥା ବିହାରରେ ସମ୍ପ୍ରତି ଉପମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ ତେଜସ୍ୱୀ ଯାଦବଙ୍କୁ ସମନ କରିଛି ।
ପୂର୍ବରୁ ଏହି ଦୁଇ ନେତାଙ୍କୁ ଇଡି ସମନ୍ କରିଥିଲେ ମଧ୍ୟ ବାପା-ପୁଅ ଏହାକୁ ଏଡାଇଯାଇଥିଲେ । ତେବେ ଆସନ୍ତା ୨୯ ତାରିଖରେ ତେଜସ୍ୱୀଙ୍କୁ ଏବଂ ୩୦ ତାରିଖରେ ଲାଲୁଙ୍କୁ ପାଟନା ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ୍ରେ କୁହାଯାଇଥିବା ସୂଚନା ମିଳିଛି ।