34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶତୃତୀୟଥର କେଜରିଓ୍ବାଲଙ୍କୁ ସମନ ଜାରି କଲା ଇଡି

ତୃତୀୟଥର କେଜରିଓ୍ବାଲଙ୍କୁ ସମନ ଜାରି କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବଢିଲା ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଅଡୁଆ। ଆଜି ତୃତୀୟ ଥର ପାଇଁ ସମନ ଜାରି କରିଛି ଇଡି । ଆଜି ଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ ଜାରି ହୋଇଛି । ପୂର୍ବରୁ ଦୁଇ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଥିଲେ ହି ହାଜର ହୋଇନଥିଲେ ଅରବିନ୍ଦ କେଜରିଓ୍ବାଲ।

ଦିଲ୍ଲୀ ମଦ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ କେଜରିୱାଲଙ୍କୁ ହାଜର ହେବାକୁ ପ୍ରଥମେ ନଭେମ୍ବର ୨ରେ ନୋଟିସ ପଠାଇଥିଲା ଇଡି । ପରେ ଡିସେମ୍ବର ୨୧ରେ ସମନ ଜାରି ହୋଇଥିଲା । କିନ୍ତୁ ସେ ଏହି ନୋଟିସକୁ ବେଆଇନ ବୋଲି ଦର୍ଶାଇ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ।

ଏହି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ ପଚରାଉଚରା ଆଧାରରେ ଇଡି କେଜରିୱାଲଙ୍କୁ ପଚରାଉଚରା କରିବାକୁ ଚାହୁଁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking