34.1 C
Bhubaneswar
Sunday, April 26, 2026
Homeଓଡିଶାଅର୍ଚ୍ଚନା ନାଗଙ୍କ ଘରେ ଇଡି

ଅର୍ଚ୍ଚନା ନାଗଙ୍କ ଘରେ ଇଡି

ଭୁବନେଶ୍ୱର: ଅର୍ଚ୍ଚନା ନାଗଙ୍କ ଘରେ ଇଡିର ଚଢାଉ । ୨୦୨୨ ଅର୍ଥ କାରବାର ମାମଲାରେ ଘାଣ୍ଟୁଛି ଇଡି । ପୂର୍ବରୁ ଘର ଛାଡିବା ପାଇଁ ଇଡି ନିର୍ଦ୍ଦେଶ ଦେଇଥିଲା । ଅର୍ଚ୍ଚନା ନାଗ ଇଡି ନିର୍ଦ୍ଦେଶ ଅବମାନନା କରିଥିବା ସୂଚନା ମିଳିଛି ।ନିର୍ଦ୍ଦେଶ ଅବମାନନା ପରେ ଇଡି ଘର ସିଜ କରିପାରେ ବୋଲି ସୂଚନା ମିଳିଛି । ଘରର ଆସବାବପତ୍ରର ଯାଞ୍ଚ ଚାଲିଛି । ଅର୍ଚ୍ଚନା ନାଗଙ୍କ ଘରକୁ ଆଟାଚ କରିଛନ୍ତି ଇଡି । ସତ୍ୟନଗର ସ୍ଥିତ ଜି+୨ ବିଲ୍ଡିଂ ସହ ଆସବାବ ପତ୍ର ଆଟାଚ କରିଛି । ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅଧୀନରେ ଘର ଆଟାଚ ହୋଇଛି ।୨୦୨୨ ଅର୍ଥ କାରବାର ମାମଲାରେ ସମ୍ପୃକ୍ତି ନେଇ ଇଡି ଆକ୍ସନ ନେଇଛନ୍ତି । ରେଡ ବେଳେ ଇଡିର ୬ ଜଣିଆ ଟିମ ସାମିଲ ଥିଲେ ।

ଅନ୍ୟପଟେ ଗଣମାଧ୍ୟମକୁ ଅର୍ଚ୍ଚନାଙ୍କ ବାପା ସାଂଘାତିକ ବୟାନ ଦେଇଛନ୍ତି । କହିଛନ୍ତି, ଇଡିକୁ ଗୁହାରି କରି ଦେଖିଲୁ ସେମାନେ ମାନିଲେନି । ତପନ ସାର କହିଲେ ୫୦ ଲକ୍ଷ ଟଙ୍କା ଦିଅ । ୫୦ ଲକ୍ଷ ଟଙ୍କା ଦେଲେ ଘର ସିଲ କରିବୁନି । ଘର ଛାଡିବୁନି, ଘର ଆଗରେ ଶୋଇବୁ । ଘରବାଡି ବିକ୍ରି କରି ଝିଅକୁ ଟଙ୍କା ଦେଇଥିଲି । ଝିଅ ଘର କରିଥିଲା । ଇଡି ସିଲ କରିଛି । ଘରୁ କୌଣସି ପ୍ରମାଣ ମିଳିନି ଗୋଟିଏ ଲାପଟପ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking