25.4 C
Bhubaneswar
Monday, October 7, 2024
Homeଦେଶ ବିଦେଶଏନ୍‌ସିପିର ଜାତୀୟ ଦଳ ମାନ୍ୟତାକୁ ଇସିଙ୍କ ସମୀକ୍ଷା

ଏନ୍‌ସିପିର ଜାତୀୟ ଦଳ ମାନ୍ୟତାକୁ ଇସିଙ୍କ ସମୀକ୍ଷା

ନୂଆଦିଲ୍ଲୀ : ଶରଦ ପୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି (ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି)କୁ ଜାତୀୟ ଦଳର ମାନ୍ୟତା ମିଳିସାରିଛି । ତେବେ ଭାରତୀୟ ନିର୍ବାଚନ କମିଶନ (ଇସି)ଙ୍କ ପକ୍ଷରୁ ମଙ୍ଗଳବାର ଏନ୍‌ସିପିକୁ ମିଳିଥିବା ଜାତୀୟ ଦଳର ମାନ୍ୟତାକୁ ସମୀକ୍ଷା କରିଛନ୍ତି । ତେବେ ସମୀକ୍ଷା ସମ୍ପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ସୂଚନାଯୋଗ୍ୟ ପ୍ରତି ୫ ବର୍ଷରେ ଇସି ପକ୍ଷରୁ ଜାତୀୟ ଦଳର ମାନ୍ୟତା ପାଇଥିବା ରାଜନୈତିକ ଦଳଗୁଡିକର ସମୀକ୍ଷା କରାଯାଇଥାଏ ।

ଜାତୀୟ ଦଳର ମାନ୍ୟତା ପାଇଥିବା ଦଳଗୁଡିକୁ ବିଶେଷ ସୁବିଧା ମିଳିଥାଏ । ପ୍ରତ୍ୟେକ ରାଜ୍ୟରେ ସେମାନଙ୍କୁ ଗୋଟିଏ ନିର୍ବାଚନୀ ସଙ୍କେତ ମିଳୁଥିବାବେଳେ ନୂଆଦିଲ୍ଲୀରେ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଜମି, ନିର୍ବାଚନ ସମୟରେ ଦୂରଦର୍ଶନ ଓ ଆକାଶବାଣୀରେ ମାଗଣାରେ ପ୍ରଚାର ସୁବିଧା ଇତ୍ୟାଦି ପ୍ରଦାନ କରାଯାଇଥାଏ । ୨୦୧୯ ଲୋକସଭା ନିର୍ବାଚନପରେ ଇସି ପକ୍ଷରୁ ଜାତୀୟ ଦଳର ମାନ୍ୟତା ପ୍ରସଙ୍ଗରେ ସମୀକ୍ଷା କରିବାକୁ ସିପିଆଇ, ବିଏସ୍‌ପି, ଏନ୍‌ସିପି ଓ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଭଳି ଦଳଗୁଡିକୁ ନୋଟିସ କରାଯାଇସାରିଛି । ବର୍ତ୍ତମାନ ବିଜେପି, କଂଗ୍ରେସ, ଟିଏମ୍‌ସି, ବିଏସ୍‌ପି, ସିପିଆଇ, ସିପିଏମ୍‌, ଏନ୍‌ସିିପି ଓ ଏନ୍‌ପିପି (ନ୍ୟାସନାଲ ପିପୁଲ୍‌ସ ପାର୍ଟି)କୁ ଇସି ପକ୍ଷରୁ ଜାତୀୟ ଦଳର ମାନ୍ୟତା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking