25.1 C
Bhubaneswar
Wednesday, March 5, 2025
Homeଦେଶ ବିଦେଶଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୫ ଉପସ୍ଥାପିତ: ୬.୩%ରୁ ୬.୮% ମଧ୍ୟରେ ରହିବ ଅଭିବୃଦ୍ଧି ହାର

ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୫ ଉପସ୍ଥାପିତ: ୬.୩%ରୁ ୬.୮% ମଧ୍ୟରେ ରହିବ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଲୋକସଭାରେ ୨୦୨୪-୨୫ ଆର୍ôଥକ ବର୍ଷର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପିତ କରିଛନ୍ତି। ଏଥିରେ ୨୦୨୫-୨୬ ଆର୍ôଥକ ବର୍ଷ (୧ ଏପ୍ରିଲ୍ ୨୦୨୫ ରୁ ୩୧ ମାର୍ଚ୍ଚ ୨୦୨୬)ରେ ଆର୍ôଥକ ଅଭିବୃଦ୍ଧି ହାର ୬.୩%ରୁ ୬.୮% ମଧ୍ୟରେ ରହିପାରେ ବୋଲି ଆକଳନ କରାଯାଇଛି। ଏତଦ୍‌ବ୍ୟତୀତ ଏପ୍ରିଲ୍‌-ଡିସେମ୍ବର ୨୦୨୪ରେ ଖୁଚୁରା ମୁଦ୍ରାସ୍ଫୀତି ୪.୯% ରହିଥିବା ସର୍ଭେ ରିପୋର୍ଟ ଦର୍ଶାଇଛି ଯେତେବେଳେ କି, ୨୦୨୩-୨୦୨୪ରେ ଖୁଚୁରା ମୁଦ୍ରାସ୍ଫୀତି ଉଚ୍ଚତମ ସ୍ତର ଅର୍ଥାତ୍ ୫.୪% ରହିଥିଲା। ସର୍ବେକ୍ଷଣ ରିପୋର୍ଟରେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଭାରତ କରିବା ପାଇଁ ଆଗାମୀ ଏକରୁ ଦୁଇ ଦଶନ୍ଧି ମଧ୍ୟରେ ୮% ହାରରେ ଅର୍ଥନୈତିକ ଅଭିବୃଦ୍ଧି ଘଟିବ।

ସେହିପରି ୨୦୨୪ରେ ଖରିଫ ଖାଦ୍ୟଶସ୍ୟ ଉତ୍ପାଦନ ୧୬୪୭.୦୫ ଲକ୍ଷ ମେଟ୍ରିକ ଟନ୍ (ଏଲଏମଟି) ଟପିବ, ଯାହାକି ପୂର୍ବ ବର୍ଷ ତୁଳନାରେ ୮୯.୩୭ ଲକ୍ଷ ମେଟ୍ରିକ ଟନ୍ ଅଧିକ ବୋଲି ଦୃଢ଼ୋକ୍ତି କରିଛନ୍ତି ସୀତାରମଣ। ସୀତାରମଣଙ୍କ ଅନୁସାରେ ଉତ୍ପାଦକତା ଏବଂ କୃଷି ଆୟ ବୃଦ୍ଧି ଭଳି ବିଭିନ୍ନ ସରକାରୀ ପଦକ୍ଷେପ ଦ୍ୱାରା ଭାରତର କୃଷି କ୍ଷେତ୍ର ସାମ୍ପ୍ରତିକ ବର୍ଷଗୁଡ଼ିକରେ ଉଲ୍ଲେଖନୀୟ ସ୍ଥିରତା ଦେଖାଇଛି। ସୀତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବା ଅବସରରେ କହିଛନ୍ତି ଯେ, ‘କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପ’ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଅଟେ, ଯାହା ଜାତୀୟ ଆୟ ଏବଂ ନିଯୁକ୍ତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ। ସର୍ଭେ ରିପୋର୍ଟ ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ବାର୍ଷିକ କୃଷି ଆୟ ୫.୨୩% ବୃଦ୍ଧି ପାଇଛି। ସେହିପରି ୨୦୧୬-୧୭ ଆର୍ôଥକ ବର୍ଷରୁ ୨୦୨୨-୨୩ ଆର୍ôଥକ ବର୍ଷ ମଧ୍ୟରେ ଏହା ହାରାହାରି ୫% (ବୃଦ୍ଧି) ରହିଥିବା ରେକର୍ଡ କରାଯାଇଛି। ୨୦୨୪-୨୫ ଆର୍ôଥକ ବର୍ଷର ଦ୍ୱିତୀୟ ତ୍ରୟମାସରେ କୃଷି କ୍ଷେତ୍ରରେ ୩.୫ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଗ୍ରସ୍ ଭାଲ୍ୟୁ ଆଡେଡ୍ (ଜିଭିଏ) ୨୦୧୫ ଆର୍ôଥକ ବର୍ଷରେ ୨୪.୩୮% ଥିବା ବେଳେ ୨୦୨୩ ଆର୍ôଥକ ବର୍ଷରେ ଏହା ୩୦.୨୩%କୁ ବୃଦ୍ଧି ପାଇଛି। ଅର୍ଥନୀତିରେ ସାମଗ୍ରିକ ଜିଭିଏର ୨୦% ଅଂଶ ସହିତ କୃଷିର କ୍ରମାଗତ ଏବଂ ସ୍ଥିର ଅଭିବୃଦ୍ଧି ପାଖାପାଖି ୫%, ଜିଭିଏରେ ୧% ଅଭିବୃଦ୍ଧି ଯୋଗଦାନ କରିବ। ସେହିପରି ଗ୍ରାମୀଣ ମୁଦ୍ରାସ୍ଫୀତି ୫.୯୫% ରୁ ୫.୭୬%କୁ ଏବଂ ସହରୀ ମୁଦ୍ରାସ୍ଫୀତି ୪.୮୯% ରୁ ୪.୫୮% କୁ ହ୍ରାସ ପାଇଛି ବୋଲି ସର୍ଭେ ରିପୋର୍ଟ ଆଧାରରେ ଅର୍ଥମନ୍ତ୍ରୀ ସଂସଦରେ ସୂଚନା ଦେଇଛନ୍ତି।

ସୀତାରମଣ କହିଛନ୍ତି ଯେ, ଗତ ୭ ବର୍ଷ ମଧ୍ୟରେ ଶ୍ରମ ବଜାରର ଅବସ୍ଥାରେ ଉନ୍ନତି ଆସିଛି। ୨୦୨୪ ଅର୍ଥବର୍ଷରେ ବେକାରୀ ହାର ୩.୨%କୁ ହ୍ରାସ ପାଇଛି। ଏଥିସହିତ, ଗତ ୬ ବର୍ଷ ମଧ୍ୟରେ ଇପିଏଫ୍‌ଓରେ ନିଟ୍ ବେତନ ଦ୍ୱିଗୁଣିତ ହୋଇଛି, ଯାହା ସଂଗଠିତ କ୍ଷେତ୍ରରେ ନିଯୁକ୍ତିର ଏକ ଭଲ ସଙ୍କେତ। ଅନ୍ୟପକ୍ଷେ ଆଗାମୀ ୨୦ ବର୍ଷରେ ଦ୍ରୁତ ଅଭିବୃଦ୍ଧି ପାଇଁ ଭାରତ ଭିତ୍ତିଭୂମିରେ ବିନିଯୋଗ ଆବଶ୍ୟକ ରହିଛି। ବିଗତ ବର୍ଷଗୁଡ଼ିକରେ ସରକାର ଶାରୀରିକ, ଡିଜିଟାଲ ଏବଂ ସାମାଜିକ ଭିତ୍ତିଭୂମି ଉପରେ ଧ୍ୟାନ ଦେଇଛନ୍ତି ବୋଲି ସୀତାରମଣ କହିଛନ୍ତି। ସେହିପରି ଏହି ସର୍ଭେରେ ଆମେରିକୀୟ ବଜାରରେ ସଂଶୋଧନର ସମ୍ଭାବନା ଅଧିକ ରହିଥିବା ଅନୁମାନ କରାଯାଇଛି। ଯଦି ଏପରି ହୁଏ ତେବେ ଏହା ଭାରତୀୟ ଷ୍ଟକ୍ ମାର୍କେଟ ଉପରେ ବିଶେଷ ପ୍ରଭାବ ପକାଇପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି।

ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ମୋଟ ଘରୋଇ ଉତ୍ପାଦ ତୁଳନାରେ ବିଦେଶୀ ଋଣର ଅନୁପାତ ଜୁନ୍ ୨୦୨୪ରେ ୧୮.୮% ଥିବାବେଳେ ସେପ୍ଟେମ୍ବର ୨୦୨୪ ବେଳକୁ ଏହା ୧୯.୪%କୁ ବୃଦ୍ଧି ପାଇଛି। ସେହିପରି ବୈଦେଶିକ ମୁଦ୍ରା ଭଣ୍ଡାର ଅନୁପାତ ଜୁନ୍ ୨୦୨୪ରେ ୨୦.୩% ଥିବା ବେଳେ ୨୦୨୪ ସେପ୍ଟେମ୍ବର ସୁଦ୍ଧା ୧୮.୯%କୁ ହ୍ରାସପାଇଛି। ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨୦୨୪ ଡିସେମ୍ବର ଶେଷ ସୁଦ୍ଧା ଏହା ୬୪୦.୩ ବିଲିଅନ ଆମେରିକୀୟ ଡଲାର ଥିଲା । ସେହିପରି ସେପ୍ଟେମ୍ବର ୨୦୨୪ ସୁଦ୍ଧା ଥିବା ଭାରତର ୭୧୧.୮ ବିଲିଅନ ଆମେରିକୀୟ ଡଲାରର ବୈଦେଶିକ ଋଣ ରହିଥିଲା। ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ୨୦୨୪-୨୫ ଆର୍ôଥକ ବର୍ଷର ପ୍ରଥମ ୯ ମାସରେ ଦେଶର ମୋଟ ରପ୍ତାନି (ସାମଗ୍ରୀ ଓ ସେବା)ରେ ୬% ଅଭିବୃଦ୍ଧି ଘଟିଛି। ପେଟ୍ରୋଲିୟମ ଓ ଅଳଙ୍କାର ଆଦି ସାମଗ୍ରୀକୁ ବାଦ୍ ଦେଲେ ସେବା ଓ ରପ୍ତାନି ସାମଗ୍ରୀରେ ୧୦.୪% ବୃଦ୍ଧି ଘଟିଛି। ଏହା ଭାରତର ରପ୍ତାନି, କୃଷି ଏବଂ ରପ୍ତାନି ସାମଗ୍ରୀ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ରହିଥିବାକୁ ଦର୍ଶାଉଛି ବୋଲି ସୀତାରମଣ କହିଛନ୍ତି। ତେବେ ଏହି ସମୟ ମଧ୍ୟରେ ମୋଟ ଆମଦାନିରେ ୬.୯% ବୃଦ୍ଧି ରେକର୍ଡ କରାଯାଇଛି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking