ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରରେ ମଙ୍ଗଳବାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହାର କେନ୍ଦ୍ରସ୍ଥଳ କଟରା ଅଞ୍ଚଳରୁ ୬୧ କିଲୋମିଟର ପୂର୍ବରେ ରହିଥିଲା। ଏହି ଭୂମିକମ୍ପ ୧୦ କିଲୋମିଟର ଗଭୀରରେ ସୃଷ୍ଟି ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୩.୯। କିନ୍ତୁ ଏଥିରେ କେହି ମୃତାହତ ହୋଇଥିବା ନେଇ ଖବର ନ ଥିବା ଅଧିକାରୀମାନେ କହିଛନ୍ତି। ଅଧିକାରୀମାନଙ୍କ କହିବା ହେଲା, ଭୂମିକମ୍ପ ବିଳମ୍ବିତ ରାତି ୨ଟା ୨୦ ମିନିଟ୍ ରେ ଆସିଥିଲା। ଲୋକେ ଏହି ସମୟରେ ଝଟକା ଅନୁଭବ କରିଥିଲେ। ଏହାର ତୁରନ୍ତ ପରେ ସେମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। ଏହା ପୂର୍ବରୁ ସୋମବାର ରାଜସ୍ଥାନର ବିକାନେର୍ରେ ବି ଭୂମିକମ୍ପ ଝଟକା ଅନୁଭବ କରାଯାଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୧ ବୋଲି ମପା ଯାଇଥିଲା।