18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶ କାର୍ଲିଫର୍ଣ୍ଣିଆରେ ଭୂକମ୍ପ ଝଟକା

 କାର୍ଲିଫର୍ଣ୍ଣିଆରେ ଭୂକମ୍ପ ଝଟକା

ଓ୍ବାଶିଂଟନ: ଆମେରିକାର କାର୍ଲିଫର୍ଣ୍ଣିଆରେ ଭୂକମ୍ପ ଝଟକା । ସକାଳୁ ସକାଳୁ ଭୂକମ୍ପରେ ଥରିଲା ଉତ୍ତର କାର୍ଲିଫର୍ଣ୍ଣିଆ । ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ କରାଯାଇଛି । ଏନେଇ ଆମେରିକାର ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପ ଫଳରେ ଲୋକ ଭୟଭୀତ ହୋଇପଡିଥିବା ବେଳେ କ୍ଷୟକ୍ଷତି କିମ୍ବା ସୁନାମୀ ନେଇ କୌଣସି ଆକଳନ କରାଯାଇନାହିଁ ।

ଆମେରିକାର ଭୂବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆଜି(ଶୁକ୍ରବାର) ଭୋର ସମୟରେ ଏହି ଭୂକମ୍ପ ହୋଇଥିଲା । ଉତ୍ତର ଆମେରିକାର ୪ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ୫.୫ ତୀବ୍ରତାର ଭୂକମ୍ପର ପ୍ରଭାବ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପଡିଥିବା ଜଣାପଡିଛି । ଭୂକମ୍ପ ଝଟକାରେ ଘରଦ୍ବାର ଦୋହଲିକା କାରଣରୁ ଲୋକ ବାହାରକୁ ଚାଲି ଆସିଥିଲେ ।

ଘର ରାସ୍ତାଘାଟ ଦୋହଲିବା କାରଣରୁ ଲୋକେ ଭୟଭୀତ ହୋଇଥିବା ଜଣାପଡିଛି । ଏହାର ଗଭୀରତା ୧.୫ କିଲୋମିଟର ରେକର୍ଡ କରାଯାଇଛି । ତେବେ ଭୂକମ୍ପରେ କ୍ଷୟକ୍ଷତି କିମ୍ବା ସୁନାମୀ ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking