ଗୁଲବର୍ଗ: କର୍ଣ୍ଣାଟକରେ ଭୁକମ୍ପର ଝଟକା ଦେଖିବାକୁ ମିଳିଛି । ଗୁଲବର୍ଗରେ ରବିବାର ଦିନ ସକାଳ ଭୁକମ୍ପର ଝଟକା ଅନୁଭବ କରାଯାଇଛି । ନ୍ୟାସନାଲ୍ ସେଣ୍ଟର ଫର୍ ସେସିମୋଲୋଜୀ ପକ୍ଷରୁ ଏନେଇ ମିଳିଛି ସୂଚନା । ଗୁଲବର୍ଗରେ ରବିବାର ଦିନ ସକାଳ ୬ଟା ସମୟରେ ୩.୪ ତୀବ୍ରତାର ଭୁକମ୍ପ ହୋଇଥିଲା । ଦକ୍ଷିଣ ଭାରତ ପଟରେ ବସବାସ କରୁଥିବା ଲୋକମାନେ ଏହାର ଅନୁଭବ କରିଛନ୍ତି । ତେବେ ଏହାଫଳରେ କୌଣସି କ୍ଷୟକ୍ଷତି ଘଟିନାହିଁ । ଭୁକମ୍ପର ଖୁବ୍ ହାଲୁକା ଝଟକା ଅନୁଭବ ହୋଇଛି ।