ବେଙ୍ଗାଲୁରୁ : କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ସୋମବାର ଗୋଟିଏ ଇ-ସ୍କୁଟରରେ ବିସ୍ଫୋରଣ ଘଟିଥିବାବେଳେ ପରିବାରର ୫ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । ମୁଥୁରାଜ ନାମକ ବ୍ୟକ୍ତି ୬ ମାସ ପୂର୍ବେ ୮୫ ହଜାର ଟଙ୍କାରେ ଏହି ଇ-ସ୍କୁଟର କିଣିଥିଲେ । ସୋମବାର ସକାଳେ ସେ ସ୍କୁଟରକୁ ଚାର୍ଜରେ ରଖିଥିବାବେଳେ ଏହା ପ୍ରଚଣ୍ଡ ଶବ୍ଦ କରି ଫାଟିଥିଲା । ଏଥିସହିତ ନିଆଁରେ ସ୍କୁଟରଟି ସମ୍ପୂର୍ଣ୍ଣ ପୋଡିଯାଇଛି । ବିସ୍ଫୋରଣ ସମୟରେ ପରିବାରର କୌଣସି ସଦସ୍ୟ ଘଟଣାସ୍ଥଳରେ ଉପସ୍ଥିତ ନଥିବାରୁ ବର୍ତ୍ତିଯାଇଛନ୍ତି । ତେବେ ବିସ୍ଫୋରଣରେ ଗୋଟିଏ ଟିଭି, ଫ୍ରିଜ୍, ଦୁଇଟି ମୋବାଇଲ ଓ ଡାଇନିଂ ଟେବୁଲ ପୋଡି ଭସ୍ମୀଭୂତ ହୋଇଯାଇଛି ।