କଟକ: ମନ ମୋହୁଛି ସୁନା ଚାନ୍ଦିର ମେଢ । ପୂଜା ପେଣ୍ଡାଲକୁ ଦେଖିଲେ ଆଖି ଲାଖି ଯାଉଛି । ସୂକ୍ଷ୍ମ ତାରକସି କାମ ଲାଗି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସିଲଭର ସିଟି କଟକରେ ମେଢ ଟିକେ ନିଆରା । କୁଇଣ୍ଟାଲ କୁଇଣ୍ଟାଲ ଚାନ୍ଦି ଓ ସୁନାରେ ସୁ ସଜ୍ଜିତ ହୋଇଛି ମାଙ୍କ ପୂଜା ପେଣ୍ଡାଲ ଓ ଆଭୂଷଣ । କୁଇଣ୍ଟାଲ କୁଇଣ୍ଟାଲ ଚାନ୍ଦି ଓ ସୁନାରେ ନିର୍ମିତ ହୁଏ ମାଙ୍କ ମେଢ । ମାଙ୍କ ମୁକୁଟ ସୁନାରେ ପୂରା ଝଟକୁଛି । ଏ ଦୃଶ୍ୟ ଦେଖିବାକୁ ମିଳିଛି କଟକରେ । ଆଉ ଏସବୁଥିରେ ଦେଖିବାକୁ ମିଳିଛି କଟକର ବିଶ୍ୱ ପ୍ରସିଦ୍ଧତାରକସି କାମ । ମାଙ୍କ ଏହି ମେଢ ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରିଛି । କାଇଁ କେତେ ଦୂରରୁ ଶ୍ରଦ୍ଧାଳୁ ସାଉଁଟି ଆସୁଛନ୍ତି । ସବୁ ବର୍ଷ ପରି ଏଥର ମଧ୍ୟ ମାଙ୍କୁ ସୁନା ରୂପାରେ ଆବରଣ କରାଯାଇଛି । କେବଳ ମାଙ୍କୁ ନହେଁ ପାଶ୍ୱର୍ବର୍ତ୍ତୀ ଦେବା ଦେବୀଙ୍କୁ ମଧ୍ୟ ସୁନାରେ ଆଭୁଷଣ କରାଯାଇଛି ।










