ଭୁବନେଶ୍ୱର: ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । ସୂଚନା ଦେଇ କହିଛନ୍ତି ଯେ ବଙ୍ଗୋପସାଗରରେ ସ୍ପଷ୍ଟ ଲଘୁଚାପ ୨୪ରେ ଅବପାତରେ ପରିଣତ ହେବ । ୪୮ ଘଣ୍ଟାରେ ଦିଗରେ ପରିବର୍ତ୍ତନ ନ କରି ପଶ୍ଚିମ-ଉତ୍ତରପଶ୍ଚିମକୁ ଅଗ୍ରସର ହେବ । ଅଗ୍ରସର ହୋଇ ପଶ୍ଚିମ-ଦକ୍ଷିଣ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବ । କିନ୍ତୁ ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସମ୍ଭାବନା ରହିଛି । ଚାଷୀମାନେ ସତର୍କ ରହିବା ସହ ଅମଳ ଧାନ କାଟି ନିଅନ୍ତୁ ।










