ନୂଆଦିଲ୍ଲୀ : ଚାରି ବର୍ଷ ପୁରୁଣା ଡ୍ରଗ୍ ମାମଲାରେ ଅନେକ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ନାମ ପୁଣିଥରେ ଚର୍ଚ୍ଚାରେ ରହିଛି । ଯେଉଁଥିରେ ଅଭିନେତା ରାଣା ଡାଗଗୁବତୀ ଏବଂ ଅଭିନେତ୍ରୀ ରାକୁଲ ପ୍ରୀତ ସିଂଙ୍କ ସମେତ 10 ଜଣ କଳାକାରଙ୍କ ନାମ ସାମ୍ନାକୁ ଆସିଛି। ଏହି ଘଟଣାରେ ଅନେକ ସେଲିବ୍ରିଟିଙ୍କୁ ପଚରାଉଚୁରା କରାଯାଇଛି । ଆମେ ଆପଣଙ୍କୁ କହିରଖୁଛୁ ଯେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) 6 ସେପ୍ଟେମ୍ବରରେ ରାକୁଲ ପ୍ରୀତ ସିଂଙ୍କୁ, 8 ସେପ୍ଟେମ୍ବରରେ ରାଣା ଡଗଗୁବତୀ, 9 ସେପ୍ଟେମ୍ବରରେ ରବି ତେଜା ଏବଂ 31 ସେପ୍ଟେମ୍ବରରେ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ପଚରାଉଚରା ପାଇଁ ଡକାଇଛନ୍ତି । ଏହି କାରଣରୁ ଆଜି ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଏଜେନ୍ସିର ଅଧିକାରୀଙ୍କ ନିକଟରେ ହାଜର ହେବାକୁ ପହଞ୍ଚିଥିଲେ। ସେ ହାଇଦ୍ରାବାଦର ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।
ସୂଚନାଯୋଗ୍ୟ , ସାଉଥ୍ ଇଣ୍ଡଷ୍ଟ୍ରିର 12 ଜଣ ସଦସ୍ୟଙ୍କୁ ଇଡି ଏକ ନୋଟିସ୍ ପଠାଇଛି । ଏହି ମାମଲାରେ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ ପଚରାଉଚୁରା ଆଜି ଆରମ୍ଭ ହୋଇଛି । ବର୍ତ୍ତମାନ ଏହି ମାମଲାରେ ରାକୁଲ ପ୍ରୀତ ସିଂ, ରାଣା ଡଗଗୁବତୀ, ରବି ତେଜା କିମ୍ବା ପୁରୀ ଜଗନ୍ନାଥଙ୍କୁ ଅଭିଯୁକ୍ତ କରାଯାଇ ନାହିଁ । ଏବେ ପଚରାଉଚୁରା କରାଯିବ । କୁହାଯାଉଛି ଯେ ଚାର୍ମି କୌର , ମୁମାଇଥଙ୍କ ସମେତ ଆଉ କିଛି ଲୋକଙ୍କୁ ପଚରାଉଚରା ପାଇଁ ଡକାଯାଇଛି ।