ନୂଆଦିଲ୍ଲୀ: ଆତଙ୍କବାଦୀମାନେ ପୁଣି ଥରେ ଡ୍ରୋନ ମାଧ୍ୟମରେ ଆକ୍ରମଣ ଜାଣିବାକୁ ଚେଷ୍ଟା କରିଛନ୍ତି । ଜମ୍ମୁରେ ଏୟାରଫୋର୍ସ ଷ୍ଟେସନରେ ଡ୍ରୋନ ହାମଲାର ପରଦିନ ଆତଙ୍କବାଦୀମାନେ ମିଲେଟ୍ରି ଷ୍ଟେସନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଜମ୍ମୁର କାଳୁଚକ ମିଲେଟ୍ରି ଷ୍ଟସନରେ ପ୍ରାୟ ୩ଟାରେ ଦୁଇଟି ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ତେବେ ସେନା ଆଲର୍ଟରେ ଥିଲେ । ଡ୍ରୋନ ଦେଖିବା ପରେ ସେନା ପକ୍ଷରୁ ୨୦ରୁ ୨୫ ରାଉଣ୍ଡ ଫାୟାରିଂ କରାଯାଇଥିଲା ।
ଋବିବାର ରାତି ପ୍ରାୟ ୩ଟାରେ କାଲୁଚକ ମିଲେଟ୍ରି ଷ୍ଟେସନ ଉପରେ ଦୁଇଟି ଡ୍ରୋନ ଦେଖାଯାଇଥିଲା । ବର୍ତମାନ ସେନା ସର୍ଚ୍ଚ ଅପରେସନ କରି ଡ୍ରୋନର ସନ୍ଧାନ ଜାରି ରଖିଛନ୍ତି । ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ରବିବାର ବିଳମ୍ବିତ ରାତିରେ ଦୁଇଟି ବିସ୍ପୋରଣ ହୋଇଥିଲା । ପ୍ରଥମ ବିସ୍ଫୋରଣ ରାତି ୧.୩୭ରେ ଓ ଅନ୍ୟଟି ଏହାର ଠିକ ୫ ମିନିଟ ପରେ ୧.୪୨ରେ ହୋଇଥିଲା । ବାୟୁସେନା ଅନୁସାରେ, ଏହି ଧମାକାର ଇଣ୍ଟେସିଟି ବହୁତ କମ ଥିଲା । ପ୍ରଥମ ଧମାକା ଛାତ ଉପରେ ହୋଇଥିଲା । ଅନ୍ୟଟି ଖୋଲା ସ୍ଥାନରେ ହୋଇଥିଲା । ଏହି ବିସ୍ଫୋରଣରେ ଦୁଇ ଯବାନ ସାମାନ୍ୟ ଆହତ ହୋଇଥିଲେ । ଏହା ପ୍ରଥମଥର ଯେ, ଆତଙ୍କବାଦୀମାନେ ଡ୍ରୋନ ମାଧ୍ୟମରେ ଆକ୍ରମଣ କରିଥିଲେ । ଏନଆଇଏ ବର୍ତମାନ ଏହାର ତଦନ୍ତ କରୁଛି ।