ନୂଆଦିଲ୍ଲୀ: ଦେଶର କୃଷକଙ୍କ ଆମଦାନୀ ବଢାଇବା ପାଇଁ ପାରମ୍ପରିକ ଫସଲ କରିବା ବ୍ୟତୀତ ଅନେକ ପ୍ରକାରର ଫଳ ଓ ପନିପରିବା ଚାଷ କରାଯାଉଛି । ବଡ ସଂଖ୍ୟାରେ କୃଷକମାନେ କ୍ଷେତରେ ଫଳ ଚାଷ କରୁଛନ୍ତି । ଯେଉଁଥିରେ ତାଙ୍କୁ ଭଲ ଲାଭ ମିଳିଥାଏ । ଏହିପରି ଡ୍ରାଗନ ଫ୍ରୁଟ ଚାଷ ଭାରତରେ ଲୋକପ୍ରିୟ ହେଉଛି । ସାଧାରଣ ଭାବରେ ଫଳ ଥାଇଲାଣ୍ଡ, ଭିଏତନାମ, ଇସ୍ରାଏଲ, ଶ୍ରୀଲଙ୍କା ଆଦି ଭଳି ଦେଶରେ ଲୋକପ୍ରିୟ । ହେଲେ ଏବେ ଭାରତରେ ବି ଲୋକେ ଏହାକୁ ପସନ୍ଦ କରୁଛନ୍ତି । ଏଠାରେ ଡ୍ରାଗନ ଫ୍ରୁଟ ମୂଲ୍ୟ ୨୦୦ରୁ ୨୫୦ ଟଙ୍କା ପ୍ରତି କିଲୋ ଯାଏଁ ରହିଛି । ଯଦି ଆପଣ ଏହି ଚାଷ କରନ୍ତି ତେବେ ମାଲାମାଲ ହୋଇପାରନ୍ତି । ଏଥିରେ ଭଲ ଆୟ ହୋଇଥାଏ । ଏହି ଫଳ ସେହି ସବୁ ସ୍ଥାନରେ ବି ଭଲ ହୋଇଥାଏ, ଯେଉଁଠି କମ ବର୍ଷା ହୋଇଥାଏ । ଡ୍ରାଗନ ଫ୍ରୁଟର ବ୍ୟବହାର ଜାମ, ଆଇସକ୍ରିମ, ଜେଲି ପ୍ରଡକ୍ସନ, ଫ୍ରୁଟ ଜୁସ ଆଦିରେ କରାଯାଏ । ଏହାସହ ଫେଓ ପ୍ୟାକସ ରେ ବି ବ୍ୟବହାର କରାଯାଏ ।
ଫଳ ସ୍ୱାସ୍ଥ୍ୟ ପାଇଁ ଭଲ । ଏହିପରି ଡ୍ରାଗନ ଫ୍ରୁଟ ସେବନ ଆପଣଙ୍କ ସ୍ୱାସ୍ଥ୍ୟକୁ ଫାଇଦା ଦେଇଥାଏ । ଡାଇବେଟିସ କଣ୍ଟ୍ରୋଲ ପାଇଁ ଏହା ସାହାଯ୍ୟ କରିବ । କୋଲେଷ୍ଟ୍ରଲ ରେ ବି ଏହା ଫାଇଦା ଦେଇଥାଏ । ଡ୍ରାଗନ ଫ୍ରୁଟରେ ଫ୍ୟାଟ ଓ ପ୍ରୋଟିନର ମାତ୍ରା ବି ବହୁତ ଥାଏ ଏବଂ ଏହା ଅର୍ଥରାଇଟସ ରୋଗ ଦୂର କରିଥାଏ ।
ଡ୍ରାଗନ ଫ୍ରୁଟ ପାଇଁ ଅଧିକ ବର୍ଷା ଆବଶ୍ୟକ ହୋଇନଥାଏ । ସେହିପରି ମାଟିର ଗୁଣବତ୍ତା ବି ଯଦି ଭଲ ନଥିବ ତଥାପି ଫ୍ରୁଟ ଭଲରେ ହୋଇଥାଏ । ଗୋଟିଏ ବର୍ଷରେ ୫୦ ସେଣ୍ଟିମିଟର ର ବର୍ଷା ଓ ୨୦ରୁ ୩୦ ଡିଗ୍ରୀ ସେଲସିୟସ ତାପମାନରେ ଡ୍ରାଗନ ଫ୍ରୁଟ ଚାଷ କରାଯାଇପାରେ ।
ଅନେକ ଲୋକେ ଭଲ ଚାକିରୀ ଛାଡି ଡ୍ରାଗନ ଫ୍ରୁଟ ଚାଷ କରି ଭଲ ଆୟ କରୁଛନ୍ତି । ଏକର ଏକର କ୍ଷେତରେ ପ୍ରତି ବର୍ଷ ୮ରୁ ୧୦ ଲକ୍ଷ ଯାଏଁ ଆୟ କରିପାରିବେ ।