30.1 C
Bhubaneswar
Wednesday, November 6, 2024
Homeଓଡିଶାହାଇକୋର୍ଟରେ ହାଜର ହେଲେ ଡାକ୍ତର ସୁମିତ୍‌-ତପସ୍ୱିନୀ: ମଧ୍ୟସ୍ଥତା କେନ୍ଦ୍ରରେ ଆପୋଷ ବୁଝାମଣା ଉଦ୍ୟମ

ହାଇକୋର୍ଟରେ ହାଜର ହେଲେ ଡାକ୍ତର ସୁମିତ୍‌-ତପସ୍ୱିନୀ: ମଧ୍ୟସ୍ଥତା କେନ୍ଦ୍ରରେ ଆପୋଷ ବୁଝାମଣା ଉଦ୍ୟମ

କଟକ: ବହୁ ଚର୍ଚ୍ଚିତ ବ୍ରହ୍ମପୁରର ଡାକ୍ତର ସୁମିତ ଓ ତପସ୍ୱିନୀ ମାମଲା ହାଇକୋର୍ଟରେ ପହଞ୍ôଚ ଥିବା ବେଳେ ଆଜି ତଥା ଏପ୍ରିଲ୍ ୯ ଶନିବାର ଉଭୟଙ୍କୁ ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପାରିବାରିକ ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ରହିଥିବା ମତଭେଦ ଦୂର କରିବା ସମ୍ପର୍କରେ ନିଜ ନିଜର ତଥ୍ୟ ରଖିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଉଭୟେ ଆଜି ହାଇକୋର୍ଟରେ ପହଞ୍ôଚଛନ୍ତି । ହାଇକୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ମଧ୍ୟସ୍ଥତା ଅଫିସର୍‌ଙ୍କ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ଜାରି ରହିଛି । ଉଭୟେ ଉଭୟଙ୍କ ଓକିଲଙ୍କ ସହ ଆସି ପହଞ୍ôଚ ଥିବା ବେଳେ ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଦୁହିଁଙ୍କ ମଧ୍ୟରେ ରହିଥିବା ବିବାଦ ସମାଧାନ ପାଇଁ ଉଦ୍ୟମ ଜାରି ରଖିଛନ୍ତି ମଧ୍ୟସ୍ଥତା ଅଫିସର୍ । କେଉଁ କେଉଁ ଭୁଲ୍ ବୁଝାମଣାକୁ ନେଇ ଉଭୟଙ୍କ ମଧ୍ୟରେ ଏଭଳି ପରିସ୍ଥିତି ଉପୁଜିଛି ତାହା ଜାଣିବା ପାଇଁ ମିଡିଏଟର୍ ଅଫିସର୍ ଆଲୋଚନା ଜାରି ରଖିଛନ୍ତି । ଯଦି ଆଜି କିଛି ନିଷ୍କର୍ସ ବାହାରି ନପାରେ ତେବେ ପୁଣି ଆଉ ଏକ ତାରିଖ ଧାର୍ଯ୍ୟ କରାଯାଇପାରେ ବୋଲି ଆଶା କରାଯାଉଛି ।
ତେବେ ପୂର୍ବରୁ ବ୍ରହ୍ମପୁର ତଳ ଅଦାଲତ ତଥା ଫ୍ୟାମିଲି କୋର୍ଟରେ ଏହି ମାମଲା ବିଚାରାଧୀନ ରହିଥିବା ବେଳେ ସେଠାରେ ତପସ୍ୱିନୀ ତାଙ୍କର ଅନ୍ତରୀଣ ଭରଣପୋଷଣ ପାଇଁ ଡାକ୍ତର ସୁମିତ୍‌ଙ୍କ ଠାରୁ ମାସିକ ୧୭ ହଜାର ଟଙ୍କା ଦାବି କରିଥିଲେ । ଏହାକୁ ଭିତ୍ତି କରି ଡାକ୍ତର ସୁମିତ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ କହିଥିଲେ ଯେ, ମୋର ସରକାରୀ କ୍ୱାର୍ଟର୍ସରେ ଚଳୁଥିବା ବେଳେ ମାସିକ ଏତେ ମାତ୍ରାରେ ଟଙ୍କା ଦେବା ମୋ ପକ୍ଷରେ କଷ୍ଟକର ଏଣୁ ସେ ହାଇକୋର୍ଟରେ ମାମଲା ରୁଜୁ କରାଇଥିଲେ । ଏହାକୁ ଭିତ୍ତି କରି ଉଭୟଙ୍କୁ ହାଇକୋର୍ଟ ଆଜି ହାଜର ପାଇଁ ନୋଟିସ୍ ଦେଇଥିଲେ । ୩ ପ୍ରସଙ୍ଗରେ ହାଇକୋର୍ଟ ସେମାନଙ୍କୁ ନୋଟିସ୍ ଦେଇଥିବା ବେଳେ ପ୍ରଥମତଃ ଆସିକାରେ ଯେଉଁ ଘର ଅଛି ସେଠାରେ ଉଭୟ ରହିବେ ଏବଂ ତାହା ବାସପୋଯୋଗୀ କି ନୁହେଁ ତା’ର ଭିଡିଓ ଗ୍ରାଫି ଉପସ୍ଥାପନା କରିବେ । ଦ୍ୱିତୀୟରେ ଆଜି ମଧ୍ୟସ୍ଥତା କେନ୍ଦ୍ରରେ ସେ ହାଜର ହୋଇ ସମସ୍ତ ତଥ୍ୟ ଉପସ୍ଥାପନା କରିବେ ଏବଂ ତୃତୀୟରେ ସୁମିତ୍‌ଙ୍କୁ ସରକାରୀ କ୍ୱାର୍ଟର୍ସ ମିଳିଛି କି ନାହିଁ ସେ ସମ୍ବନ୍ଧରେ ନିଜର ତଥ୍ୟ ରଖିବେ । ଏହାସହ ଆସନ୍ତା ୧୩ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବା ପାଇଁ ନିର୍ଦ୍ଦେଶ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking