ସୁନ୍ଦରଗଡ଼ : ପୁଣି ଥରେ ଭିଜିଲାନ୍ସ ଜାଲରେ ଆଉ ଜଣେ ଡାକ୍ତର । ଜଣେ ଅଟୋ ଡ୍ରାଇଭର୍ଙ୍କ ଠାରୁ ଟଙ୍କା ଲାଞ୍ଚ ନେଉଥିଲେ ଡାକ୍ତର। କୁତ୍ରାର ଆୟୁର୍ବେଦିକ ଡାକ୍ତର ସାରଦା ପ୍ରସନ୍ନ ବେହେରା ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ସୁନ୍ଦରଗଡ଼ ଭିଜିଲାନ୍ସ । ସୂଚନାନୁଯାୟୀ, ୧୭ ତାରିଖ ଦିନ ଆରବିନ ଖାଲଖୋ ନାମକ ଜଣେ ଅଟୋ ଡ୍ରାଇଭର୍ ଦୁର୍ଘଟଣାର ସମ୍ମୁଖୀନ ହୋଇ ୩ ଜଣ ଗୁରୁତରଙ୍କୁ ଚିକିତ୍ସା କରିବା ପାଇଁ ଗୈରବାହାଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ଏ ବାବଦରେ ପୋଲିସକୁ ନ ଜଣାଇବା ପାଇଁ ଆୟୁର୍ବେଦିକ ଡାକ୍ତର ସାରଦା ପ୍ରସନ୍ନ ବେହେରା ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଫଳରେ ଅଟୋ ଡ୍ରାଇଭର୍ ବାଧ୍ୟ ହୋଇ ପୂର୍ବରୁ ୮ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଆଜି ବାକିଥିବା ଆଉ ୪ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ସୁନ୍ଦରଗଡ଼ ଭିଜଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି।