ଭୁବନେଶ୍ୱର: ବିଜେପିର ପ୍ରତିକ୍ରିୟା ବିସ୍ମୟକର କହିଲେ ବିଜେଡି ବିଧାୟକ ଗଣଶ୍ୱର ବେହେରା । ଅସୁସ୍ଥ ପରମ୍ପରା କେଉଁଠି ସୃଷ୍ଟି ହେଲା ପଚାରିଲେ ବିଧାୟକ ଗଣେଶ୍ୱର ବେହେରା । ସରକାରୀ ଦଳ କଣ ଆଲୋଚନା କରି ପାରି ନ ଥାନ୍ତା । ବିଜେଡି ଯାହା କରିଛି ଠିକ କରିଛି । ଡାକ୍ତର ହୋତା ବିଜେଡି ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀ, ବିଜେଡି ପ୍ରାର୍ଥୀ ନୁହଁନ୍ତି । ଡାକ୍ତର ସମାଜ ପ୍ରତି ସମ୍ମାନ ଅଛି ବୋଲି ବିଜେପି କାହିଁକି କହିଲା । ଯଦି ସମ୍ମାନ ଅଛି ତାହାଲେ ସମର୍ଥନ କରନ୍ତୁ, ସେ କୌଣସି ଦଳର ନୁହଁନ୍ତି । ସୂଚନାଥାଉକି, ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି ।










