ଭୁବନେଶ୍ୱର: ଭୁବନେଶ୍ୱରରେ କଂଗ୍ରେସର ରାଜ୍ୟସଭା କସରତ ଦେଖାଦେଇଛି । ଏକ ଘରୋଇ ହୋଟେଲରେ ବରିଷ୍ଠ ନେତା ଓ ବିଧାୟକ ଏବଂ ଡାକ୍ତର ଦତ୍ତେଶ୍ୱର ହୋତା ମଧ୍ୟ ଉପସ୍ଥିତ ଅଛନ୍ତି । ଆସନ୍ତାକାଲି ଦତ୍ତେଶ୍ୱରଙ୍କୁ ବିଜେଡି କ୍ୟାଣ୍ଡିଡେଟ ଘୋଷଣା କରିଥିଲା । ଡାକ୍ତର ହୋତାଙ୍କୁ କଂଗ୍ରେସ ମଧ୍ୟ ସମର୍ଥନ କରିଛି । ଏବଂ କଂଗ୍ରେସ ବିଧାୟକ ଦଳକୁ ଭେଟିବା ପରେ କଂଗ୍ରେସକୁ କୃତଜ୍ଞତା ଜଣାଇଛନ୍ତି ଡାକ୍ତର ହୋତା । କହିଛନ୍ତି, ମୁଁ ଜଣେ କମନ କ୍ୟାଣ୍ଡିଡେଟ, ସାହାଯ୍ୟ ଭିକ୍ଷା କରିଛି । ମୋତେ ସୁଯୋଗ ମିଳିଲେ ମୁଁ ଲୋକଙ୍କ ସେବା କରିବି ।










