ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବାଗପନରେ ଏକ ଆଶ୍ଚର୍ଯ୍ୟକରିବା ଭଳି ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣେ ବ୍ୟକ୍ତି ନିଜ ଗର୍ଭବତୀ ପତ୍ନୀ ଓ ପୁଅର ଗଳା ଚିପି ହତ୍ୟା କରିଛି । ଏତିକି ନୁହେଁ, ଅଭିଯୁକ୍ତ ହତ୍ୟା କରିବା ପରେ ଥାନାରେ ପହଂଚମ୍ନିଜେ କରିଥିବା ହତ୍ୟାକୁ ସ୍ୱୀକାର କରିଛି । ଏହି କଥା ଶୁଣିବା ପରେ ପୋଲିସ ମଧ୍ୟ ଚକିତ ହୋଇ ରହିଯାଇଥିଲେ । ବିଳମ୍ବ ନକରି ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ଗୋଟିଏ ଘରେ ଶବ ଦୁଇଟି ପଡିରହିଥିଲା । ପରେ ପୋଲିସ ଶବ ୨ଟି ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାର ତଦନ୍ତ ମଧ୍ୟ ଆରମ୍ଭ କରିଛି । ଘରୋଇ କଳହକୁ କେନ୍ଦ୍ର କରି ଅଭିଯୁକ୍ତ ଜଣକ ଏମିତି କାଣ୍ଡ କରିଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ହେୟାର କଟିଂ ଦୋକାନ କରିଛି । ସେ ତିନୋଟି ବିବାହ କରିଛି ଏବଂ କ୍ୟାନସର ରୋଗରେ ପିଡୀତ । ଅଭିଯୁକ୍ତର ପ୍ରଥମ ପତ୍ନୀଙ୍କର ପିଳାଛୁଆ ନଥିଲା । କ୍ୟାନସର ହେବା ଜାଣି ପ୍ରଥମ ପତ୍ନୀ ଛାଡି ଚାଲି ଯାଇଥିଲା । ପରେ ଅଭିଯୁକ୍ତ ଗୁଲଫାମ ଦ୍ୱିତୀୟ ବିବାହ କରିଥିଲା । ତାର ଏକ ଝିଅ ଜନ୍ମ ହୋଇଥିଲା । କିଛି ଦିନ ପରେ ସେ ମହିଳା ବି ଝିଅକୁ ତା ପାଖରେ ଛାଡି ଚାଲି ଯାଇଥିଲା । ପ୍ରାୟ ଦେଢ ବର୍ଷ ପୂର୍ବରୁ ଅଭିଯୁକ୍ତ ତୃତୀୟ ବିବାହ କରିଥିଲା । ତାର ତୃତୀୟ ସ୍ତ୍ରୀ ଗର୍ଭବତୀ ଥିଲା । ରାତିରେ କୌଣସି ଏକ କଥା ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ସେ ଉଗ୍ର ରୂପ ଧାରଣ କରି ପତ୍ନୀ ଓ ୪ ବର୍ଷର ଝିଅର ତଣ୍ଟି ଚିପି ହତ୍ୟା କରିଥିଲା । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ କହିଛନ୍ତି ଯେ, ଅଭିଯୁକ୍ତ ନିଜ ପତ୍ନୀ ଓ ପିଲା ସହ ବେଶ ହସଖୁସିରେ ଚଳୁଥିଲା । ତେବେ ସେମାନଙ୍କ ମଧ୍ୟ ଏମିତି କଣ ଘଟିଲା ଯେଉଁଥିପାଇଁ ସେ ଏମିତି ଚରମ ପଦକ୍ଷେପ ନେଲା । ବର୍ତମାନ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।