33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶବଜାରକୁ ଆସିଲା ନୂଆ ଦୋସା ପ୍ରିଣ୍ଟର ମେସିନ୍

ବଜାରକୁ ଆସିଲା ନୂଆ ଦୋସା ପ୍ରିଣ୍ଟର ମେସିନ୍

ନୂଆଦିଲ୍ଲୀ : ବିଜ୍ଞାନ ଦୁନିଆରେ ଗୋଟିଏ ପରେ ଗୋଟିଏ କୃତିତ୍ୱ ହାସଲ କରୁଛି ମଣିଷ । ଏବେ ବଜାରକୁ ଏଭଳି ଏକ ମେସିନ୍ ଆସିଛି, ଯାହା ମାଧ୍ୟମରେ ଦୋସା ପ୍ରିଣ୍ଟ କରାଯାଇ ପାରିବ । ହଁ, ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ସୋସିଆଲ ମିଡିଆରେ ଏବେ ଏହି ମେସିନ ଭିଡିଓ ଭାଇରାଲ ହେଉଛି । ଏହାକୁ ଦୋସା ପ୍ରିଣ୍ଟର୍ କୁହାଯାଉଛି । ଟ୍ୱିଟର୍ରେ ସମନ୍ଥା ନାମକ ଜଣେ ୟୁଜର୍ ଏହି ମେସିନର ଏକ ଭିଡିଓ ଶେୟାର କରଛନ୍ତି, ଯାହାକୁ ଦେଖି ଲୋକେ ଚକିତ ହୋଇଛନ୍ତି । ଭିଡିଓରେ ସେ ମେସିନର ଏକ ପାଶ୍ୱର୍ରେ ଦୋସା ଘୋଳ ଢାଳିଛନ୍ତି । ଏହା ପରେ ସେ ଦୋସାର ବହଳକୁ ଚୟନ କରିଛନ୍ତି ଏବଂ କେତୋଟି ଦୋସା ଆବଶ୍ୟକ, ତା’ର ବଟନକୁ ଦବାଇଛନ୍ତି । କିଛି ସେକେଣ୍ଡ ମଧ୍ୟରେ ପ୍ରିଣ୍ଟରରୁ ଆପଣାଛାଏଁ ଏକ ପତଳା ଓ କ୍ରିସପି ଦୋସା ବାହାରି ଆସୁଛି । ସେ ଏହି ଅଭିଡିଓ ପୋଷ୍ଟ କରିବା ପରେ ଚର୍ଚ୍ଚା ଜୋର ଧରିଛି । ଲୋକେ ଏହି ଟେକ୍ନୋଲୋଜିକୁ ଦେଖି ଚକିତ ହେଉଛନ୍ତି । ଏହି ପ୍ରିଣ୍ଟର୍ ଏ-୪ ସାଇଜ୍ର ପେପର୍ ଦୋସା ପ୍ରସ୍ତୁତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking