18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶବ୍ରେକଫାଷ୍ଟ କରିବାକୁ ଭୁଲରେ ବି ଭୁଲନ୍ତୁ ନାହିଁ ନହେଲେ ଭୋଗିପାରନ୍ତି ବଡ ସମସ୍ୟା

ବ୍ରେକଫାଷ୍ଟ କରିବାକୁ ଭୁଲରେ ବି ଭୁଲନ୍ତୁ ନାହିଁ ନହେଲେ ଭୋଗିପାରନ୍ତି ବଡ ସମସ୍ୟା

ନୂଆଦିଲ୍ଲୀ: ଶରୀର ପାଇଁ ସକାଳର ଜଳଖିଆ ନିତ୍ୟାନ୍ତ ଆବଶ୍ୟକ। ଯଦି ଅମେ ସକାଳେ ପର୍ଯ୍ୟାପ୍ତ ପରିମାଣର ବ୍ରେକଫାଷ୍ଟ କରି ନେଉଛେ ତେବେ ଦିନ ତମାମ ଆମକୁ ଏହା ଉର୍ଜା ଯୋଗାଇଥାଏ। କାର୍ଯ୍ୟ କରିବାକୁ ପ୍ରଚୁର ଶକ୍ତି ମିଳିଥାଏ। ଆଳସ୍ୟ ଲାଗି ନଥାଏ କି ଦୁର୍ବଳ ଲାଗିନଥାଏ। ଏହାଦ୍ୱାରା ଶାରୀରିକ ସୁସ୍ଥତା ମିଳିବା ସହିତ ମାନସିକ ସ୍ତରରେ ମଧ୍ୟ ସକରାତ୍ମକ ଶକ୍ତି ଆଣିଥାଏ । ବହୁ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ସକାଳେ ଜଳଖିଆ କରିବାକୁ ପସନ୍ଦ କରି ନଥାନ୍ତି। ତେବେ ଯେଉଁମାନେ ଏପରି କରୁଛନ୍ତି ସେମାନଙ୍କ ପାଇଁ ବିପଦ ରହିଛି। କାରଣ ସକାଳର ଜଳଖିଆ ନ କରିବା ଦ୍ୱାରା ବିଭିନ୍ନ ରୋଗ ମାଡି ବସିଥାଏ। ଶରୀର ଶକ୍ତିହୀନ ହେବା ସହ ଦିନର ପ୍ରଥମ ଭାଗରେ ଦୁର୍ବଳ ଅନୁଭୂତ ହୋଇଥାଏ । ସକାଳର ଭୋଜନ ନ କରିବା ଦ୍ୱାରା ଶରୀରରେ ମେଟାବୋଲିଜିମ୍ ସ୍ତର କମିଥାଏ। ଡାଇବେଟିସ୍ ରୋଗ ମଧ୍ୟ ଗ୍ରାସ କରିବାର ବାଟ ଖୋଲିଥାଏ। ବ୍ରେକଫାଷ୍ଟ ଦ୍ୱାରା ଶରୀରକୁ ଗ୍ଲକୋଜ ମିଳିବା ସହିତ ଶରୀରର ବିଭିନ୍ନ ଅଙ୍ଗକୁ ଶକ୍ତି ପ୍ରବାହିତ ହୋଇଥାଏ । ଏହାଦ୍ୱାରା ମସ୍ତିଷ୍କ ସଠିକ ଭାବରେ କାର୍ଯ୍ୟ କରେ । ସକାଳ ଜଳଖିଆ ଶରୀର ପାଇଁ ନିହାତି ଗୁରୁତ୍ୱପୂର୍ଣ୍ଣ ।
ଆସନ୍ତୁ ଜାଣିବା ସକାଳ ଭୋଜନରେ ୭ ଟି ଲାଭ :
୧-ମେଟାବୋଲିଜିମ୍ ବଢାଇବାରେ ସହାୟକ ସକାଳ ଜଳଖିଆ
ସକାଳର ଜଳଖିଆ ଆପଣଙ୍କର ମେଟାବୋଲିଜିମ୍ ସ୍ତରକୁ ବଢାଇବାରେ ସହାୟତା ହୋଇଥାଏ। ମେଟାବୋଲିଜିମ୍ ଶରୀରରେ ଏପରି ରାସାୟନିକ ପ୍ରତିକ୍ରିୟା, ଯାହା ଆମ ଶରୀରକୁ ଶକ୍ତି ଦେବା ପାଇଁ କାମ କରେ । ମେଟାବୋଲିଜିମ୍ ଆମେ ଖାଉଥିବା ଖାଦ୍ୟକୁ ଶକ୍ତିରେ ପରିଣତ କରେ । ଶରୀରର ସମସ୍ତ କାର୍ଯ୍ୟ କେବଳ ଆମର ମେଟାବୋଲିଜିମ୍ ଉପରେ ନିର୍ଭର କରେ । ଶରୀରର ନିଶ୍ୱାସ, ଖାଦ୍ୟ ହଜମ, ରକ୍ତ ସଞ୍ଚାଳନ, ଶରୀରକୁ ଚଳାଇବା ପାଇଁ ଶକ୍ତି ଦେବା ହେଉଛି ମେଟାବୋଲିଜିମର କାମ । ଶରୀର ଅଧିକ ଉର୍ଜା ପାଇବା ଦ୍ୱାରା ଦିନ ସାରା ଆକ୍ଟିଭ୍ ରିଥାଏ ମୁଡ୍।
୨- ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରେ ସକାଳ ଜଳଖିଆ
ଏକ ସନ୍ତୁଳିତ ଆହର ଆପଣଙ୍କ ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। ଅର୍ଥାତ ସକାଳ ଜଳଖିଆରେ ସାମିଲ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଦିନସାରା ରକ୍ତରେ ଶର୍କରା ସ୍ତରର ପରିବର୍ତ୍ତନକୁ ସନ୍ତୁଳିତ ରଖିବାରେ ସହାୟକ ହୋଇଥାଏ | ଏହା ସହିତ ସକାଳ ଜଳଖିଆ ମଧ୍ୟ ଆପଣଙ୍କର ଭୋକକୁ ନିୟନ୍ତ୍ରଣ କରେ |
୩- ଏକାଥରକେ ପ୍ରଚୁର ଖାଦ୍ୟ ଗ୍ରହଣ କରିବାରୁ ରକ୍ଷା କରିଥାଏ ସକାଳ ଜଳଖିଆ
ବ୍ରେକଫାଷ୍ଟ ନକରିବା ଦ୍ୱାରା ଆପଣଙ୍କ ଭୋକ ବଢିଯାଇଥାଏ। ଯାଦ୍ୱାରା ବିଳମ୍ବରେ ଖାଆନ୍ତି ଆଉ ଏକା ଥରକେ ପ୍ରଚୁର ଖାଇଦେଇଥାନ୍ତି। ଯାହାକୁ ଆମେ ଓଭର ଇଟିଂ ବୋଲି କହିଥାଉ। ଏପରି ବିଳମ୍ବରେ ଖାଇବା ଦ୍ୱାରା ରକ୍ତରେ ଗ୍ଲୁକୋଜର ସ୍ତର କମିଯାଇଥାଏ। ଯେଉଥିପାଇଁ ଅଧିକ ଖାଦ୍ୟ ଗ୍ରହଣ କରିବାର ଲୋଭ ଆସିଥାଏ। ଯେଉଥିପାଇଁ କି ଆମେ ଲଞ୍ଚରେ ପ୍ରଚୁର ଖାଦ୍ୟ ଗ୍ରହ କରିନେଇଥାଉ। ଏହା ଦ୍ୱାରା ମୁଣ୍ଡ ବିନ୍ଦା ସମସ୍ୟା ଉପୁଜିଥାଏ। ଯଦି ଆମେ ସକାଳର ଜଳଖିଆ କରିଥାନ୍ତେ ତେବେ ସଠିକ୍ କ୍ୟାଲେରୀର ଖାଦ୍ୟ ଗ୍ରହଣ କରିଥାନ୍ତେ।
୪- ଓଜୋନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ସକାଳ ଜଳଖିଆ
ଯେପରି ଆପାଣମାନେ ଜାଣିଲ ଯେ ସକାଳର ଜଳଖିଆ କରିବା ଦ୍ୱାରା ଖାଦ୍ୟରୁ ଲୋଭ କମିଯାଇଥାଏ। ଏହାଦ୍ୱାରା ଆପଣଙ୍କ ଅଭ୍ୟାସ ସୁସ୍ଥ ଆଉ ପୋଷକ ଖାଦ୍ୟ ଗ୍ରହଣ କରିବା ଆଡକୁ ଅଗ୍ରସର ହୋଇଥାଏ। ସକାଳେ ଆବଶ୍ୟକତା ଅନୁଯାୟୀ ପୁଷ୍ଟିକର ଖାଦ୍ୟ ଏବଂ କ୍ୟାଲୋରୀ ଗ୍ରହଣ କରିବାଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିଥାଏ |
୫- ଏକାଗ୍ରତା ଏବଂ ପ୍ରଡକ୍ଟିଭିଟି ବଢାଇଥାଏ ସକାଳ ଜଳଖିଆ
ପୁଷ୍ଟିକର ଜଳଖିଆ ସହିତ ଦିନ ଆରମ୍ଭ କରିବା ଦ୍ୱାରା ଆପଣଙ୍କ ମନୋବଳ ବୃଦ୍ଧି ପାଇଥାଏ। ପ୍ରତ୍ୟେକ ଦିନ ବ୍ରେକ ଫାଷ୍ଟ କରିବା ଦ୍ୱାରା ଆପଣଙ୍କ ମେମୋରୀ ବୃଦ୍ଧି ପାଇଥାଏ। ମସ୍ତିସ୍କରେ କଗ୍ନିଟିଭ୍ ଫଙ୍କସନ୍ରେ ସୁଧାର ଅାସିଥାଏ। ଯେଉଥିପାଇଁ ଆପଣଙ୍କ ଏକାଗ୍ରତାର ବଢିଥାଏ। ବ୍ରେକଫାଷ୍ଟ ନିରନ୍ତର ଶକ୍ତି ଦେବା ସହ ଆପଣଙ୍କ ଚିନ୍ତା ଶକ୍ତି ମଧ୍ୟ ବୃଦ୍ଧି କରିଥାଏ।

୬-ସକାଳ ଜଳଖିଆ ବନେଇଥାଏ ଉତ୍ତମ ମୁଡ୍ ଏବଂ ଶକ୍ତି ସ୍ତର ବୃଦ୍ଧି
ସତେଜ ଏବଂ ପୋଷକ ତତ୍ୱରେ ଭରପୂର ଜଳଖିଆ କେବଳ ଆପଣଙ୍କ ଶରୀରର ଶକ୍ତି ବଢାଇନଥାଏ ଏହା ଆପଣଙ୍କ ମସ୍ତିସ୍କକୁ ସୁସ୍ଥ ରଖିଥାଏ। ସକାଳର ଜଳଖିଆରେ ଫଳ, ପରିବା, ଦୁଗ୍ଧ ଗ୍ରହଣ କରିବା ଦ୍ୱାରା ଶରୀରକୁ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ । ଏହି ଖାଦ୍ୟଗୁଡ଼ିକ ମଧ୍ୟ ଦୀର୍ଘ ସମୟ ପାଇଁ ଶକ୍ତି ଯୋଗାଇଥାଏ | ଯେଉଁଥିପାଇଁ ଆପଣ ଶକ୍ତିଶାଳୀ ଏବଂ ଅଧିକ ପ୍ରଡକ୍ଟିଭ୍ ହୋଇପାରିଥାନ୍ତି। ଏହା ସହିତ, ଆପଣଙ୍କର ମୁଡ୍ ମଧ୍ୟ ଠିକ୍ ରହିଥାଏ।
୭-ବିଭିନ୍ନ ରୋଗ ହେବାର ଆଶଙ୍କାରୁ କମ କରିଥାଏ ବ୍ରେକଫାଷ୍ଟ
ସକାଳର ଜଳଖିଆ ଛାଡିବା ଦ୍ୱାରା ବିଭିନ୍ନ ରୋଗ ମାଡିବସିଥାଏ। ଏକ ରିପୋର୍ଟରୁ ଜଣାଯାଇଛି ଯେ, ସକାଳ ଜଳଖିଆକୁ ଆଭୋଏଡ୍ କରୁଥିବା ବ୍ୟକ୍ତି ମାନଙ୍କୁ ହାର୍ଟ ଆଟାକ୍ ର ବିପଦ ଅଧିକ ରହିଛି। ଏହା ମଧୁମେହ, ଏସିଡିଟି ଏବଂ ମୁଣ୍ଡବିନ୍ଧାର ସମସ୍ୟା ମଧ୍ୟ ସୃଷ୍ଟି କରିପାରେ | ବ୍ରେକଫାଷ୍ଟ ଛାଡିବା ଦ୍ୱାରା ଆପଣ କମ୍ କ୍ୟାଲୋରୀ ଗ୍ରହଣ କରନ୍ତି, ତେବେ ଆପଣଙ୍କର ଶକ୍ତି ସ୍ତର ହ୍ରାସ ପାଇଥାଏ | ଏବଂ ଆପଣଙ୍କର ଷ୍ଟ୍ରେନ୍ଥ ଉପରେ ମଧ୍ୟ ପ୍ରଭାବ ପଡିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking