34.1 C
Bhubaneswar
Friday, June 28, 2024
Homeଓଡିଶାସରିଲା ହିନ୍ଦୋଳ, ଅତାବିରା ଏନଏସି ଭୋଟିଂ

ସରିଲା ହିନ୍ଦୋଳ, ଅତାବିରା ଏନଏସି ଭୋଟିଂ

ଭୁବନେଶ୍ୱର: ସରିଲା ହିନ୍ଦୋଳ, ଅତାବିରା ଏନଏସି ଭୋଟିଂ  । ଶାନ୍ତି ଶୃଙ୍ଖଳାର ସହ ଭୋଟିଂ ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ  ।ହିନ୍ଦୋଳରେ ୮୬ପ୍ରତିଶତ ଭୋଟିଂ ହୋଇଥିବାବେଳେ ଅତାବିରାରେ ୮୧ପ୍ରତିଶତ ଭୋଟିଂ ହୋଇଛି  ।ଓଡ଼ିଶାର ବରଗଡ଼ ଜିଲ୍ଲାର ଅତାବିରା ଓ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍‌ଏସିରେ ଶାନ୍ତିଶୃଙ୍ଖଳାର ସହ ଆଜି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଦୁଇଗୋଟି ଏନ୍‌ଏସିର ସମୁଦାୟ ୨୮ ଗୋଟି ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଅତାବିରା ଏନ୍‌ଏସିର ୧୨ ଗୋଟି ୱାର୍ଡର କାଉନ୍‌ସିଲର ପଦବୀ ପାଇଁ ୩୯ ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦ ପାଇଁ ୪ ଜଣ ପ୍ରାର୍ଥୀ ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି ।

ସେହିପରି ହିନ୍ଦୋଳ ଏନ୍‌ଏସିର ୧୬ ଗୋଟି ୱାର୍ଡର କାଉନ୍‌ସିଲର ପଦବୀ ନିମନ୍ତେ ସମୁଦାୟ ୫୦ ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୩ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଛନ୍ତି । ସକାଳ ୮ଟାରୁ ଅପରାହ୍ନ ୫ ଘଟିକା ପର‌୍ୟ୍ୟନ୍ତ ଉଭୟ ଏନ୍‌ଏସିରେ ମତଦାନ କାର‌୍ୟ୍ୟ ଅନୁଷ୍ଠିତ ହୋଇଥିଲା । ହିନ୍ଦୋଳ ଏନ୍‌ଏସିରେ ୮୮ ପ୍ରତିଶତ ମତଦାନ ହୋଇଥିବାବେଳେ ଅତାବିରା ଏନ୍‌ଏସିରେ ୭୪ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଆୟୋଗ କାର‌୍ୟ୍ୟାଳୟ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking