28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶକୋର୍ଟରେ ଆତ୍ମସମର୍ପଣ କରିବା ପରେ ଗିରଫ ହେଲେ ଡୋନାଲ୍ଡ ଟ୍ରମ୍ପ

କୋର୍ଟରେ ଆତ୍ମସମର୍ପଣ କରିବା ପରେ ଗିରଫ ହେଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ : ଗୋପନ ଦସ୍ତାବିଜ ଲୁଚାଇ ରଖିବା ମାମଲାରେ ଗିରଫ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗତକାଲି ସେ ଆତ୍ମସମର୍ପଣ କରିବା ପରେ ଗିରଫ ହୋଇଥିଲା । ଏହାର ୪୫ ମିନିଟ ଭିତରେ ଜାମିନରେ ବାହାରିଥିଲେ ଟ୍ରମ୍ପ । ମିଆମି ସ୍ଥିତ ଫେଡ୍ରାଲ କୋର୍ଟରେ ସେ ଆମସର୍ମପଣ କରିଥିଲେ । ଜାତୀୟ ସୁରକ୍ଷା ସମ୍ପର୍କିତ ଗୋପନ ତଥ୍ୟ ଲୁଚାଇବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ଆମସର୍ମପଣ କରିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଗିରଫ କରାଯାଇଥିଲା । କୋର୍ଟରେ ଶୁଣାଣି ଚାଲିଥିବାବେଳେ ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ । ଏହା ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇଥିବା ଅଭିଯୋଗ ଆଣିଥିଲେ ଟ୍ରମ୍ପ । କିଛି ସର୍ତ୍ତ ସହ ତାଙ୍କୁ ଜାମିନ ମିଳିଥିଲା ।

ଟ୍ରମ୍ପଙ୍କ ପାସପୋର୍ଟ ଜବତ କରାଯାଇନି କି ବିଦେଶ ଯାତ୍ରା ଉପରେ ରୋକ ଲାଗଯାଇନି । ୨୦୨୧ରେ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ହାରିଯାଇଥିଲେ । ଏହାପରେ ହ୍ଵାଇଟ ହାଉସର କେତେକ ଗୋପନୀୟ ଦସ୍ତାବିଜ ସେ ନିଜ ଘରକୁ ନେଇଯାଇଥିଲେ । ଏଫ୍‌ବିଆଇ ଅଗଷ୍ଟରେ ସେଠାରୁ ୧୧ହଜାର ଦସ୍ତାବଜି ଜବତ କରିଥିଲେ । ପୂର୍ବରୁ ମଧ୍ୟ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ଟଙ୍କା ଦେବା ମାମଲାରେ ଟ୍ରମ୍ପ କୋର୍ଟରେ ହାଜର ହୋଇଥିଲେ । ଜାମିନରେ ବାହାରିବା ପରେ ଆରେମିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ବର୍ଷିଛନ୍ତି ଟ୍ରମ୍ପ । ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ଉପରେ ଏପରି ଅଭିଯୋଗ ଅଣାଯାଇଥିଲା । ଆଜି ଦେଶର ଇତିହାସରେ କ୍ଷମତାର ଦୂରପଯୋଗ କରାଯାଇଛି । ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି ବିରୋଧୀଙ୍କ ନାଁରେ ମିଛ ଅଭିଯୋଗ ଆଣି ଫସାଇଛନ୍ତି ବୋଲି କହିଛନ୍ତି ଟ୍ରମ୍ପ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking