23.4 C
Bhubaneswar
Sunday, December 22, 2024
Homeଓଡିଶାଅନୁଭବଙ୍କ ବିରୋଧରେ ଘରୋଇ ହିଂସା ମାମଲା; ଏସ୍‌ଡିଜେଏମ୍ କୋର୍ଟରେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ

ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ମାମଲା; ଏସ୍‌ଡିଜେଏମ୍ କୋର୍ଟରେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ

କଟକ: କଟକର ପରିବାର ଅଦାଲତରେ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବିଚାର ଚାଲିଥିବା ଛାଡପତ୍ର, ପୁନଃ ମିଳନ ଖାରଜ ହେବା ପରେ ଆଜି ଏସ୍‌ଡିଜେଏମ୍ କୋର୍ଟରେ ଘରୋଇ ହିଂସା ଅଭିଯୋଗ ମାମଲାର ଶୁଣାଣି ହୋଇଛି । ବର୍ଷାଙ୍କ ପକ୍ଷରୁ ଅନୁଭବ ଓତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ୨୦୨୦ ମସିହାରେ ଆଣିଥିବା ଘରୋଇ ହିଂସା ଅଭିଯୋଗ ମାମଲାରେ ଗତ ସେପ୍ଟେମ୍ବର ୨୫ ତାରିଖରେ କୋର୍ଟରେ ଉଭୟଙ୍କୁ କାଉନ୍‌ସେଲିଂ କରାଯାଇଥିଲା । କାଉନ୍‌ସେଲିଂ ବିଫଳ ପରେ ଆଜି ଏହି ମାମଲାରେ ବର୍ଷାଙ୍କ ପକ୍ଷରୁ ସାକ୍ଷ୍ୟଗ୍ରହଣ ଆରମ୍ଭ ହୋଇଛି । ସୂଚନାଥାଉକି ବର୍ଷା ଅନୁଭବଙ୍କ ବିରୋଧରେ କଟକର ଏସ୍‌ଡିଜେଏମ୍ ଅଦାଲତରେ ଏକ ମାମଲା ରୁଜୁ କରଥିଲେ । ଏଥିରେ ସେ ପାରିବାରିକ ହିଂସାର ଶିକାର ହେଉଛନ୍ତି ବୋଲି ଦର୍ଶାଇଥିଲେ ।

ମହିଳା ହିଂସା ସୁରକ୍ଷା ଆଇନ ୨୦୦୫ ଅନୁସାରେ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ପ୍ରାର୍ଥନା କରିଥିଲେ । ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ଅନୁଭବ ମଦ ପିଇ ତାଙ୍କୁ ମାଡପିଟ କରି ଉଭୟ ଶାରିରୀକ ଓ ମାନସିକ ଭାବେ ନିର୍ଯାତନା ଦେଇ ଆସୁଛନ୍ତି । ଏପରିସ୍ଥଳେ ସେ କ୍ଷତିପୁରଣ ବାବଦକୁ ଅନୁଭବଙ୍କ ନିକଟରୁ ୧୫ କୋଟି, ଘରଭଡା ମାସିକ ୩୦ହଜାର ଓ ତାଙ୍କର ଚଳିବାକୁ ମାସିକ ୫୦ ହଜାର ଦାବି କରିଥିଲେ । ଅନ୍ୟପକ୍ଷରେ ସେ କଟକର ପାରିବାରିକ ଅଦାଲତରେ ସେ ଅନୁଭବଙ୍କ ନିକଟରେ ରହିବାକୁ ଚାହୁଁଥିବା ଦର୍ଶାଇ ସେମାନଙ୍କ ବିବାହର ପୁନଃ ପ୍ରତିଷ୍ଠା ନିମନ୍ତେ ଆବେଦନ କରିଥିଲେ । କଟକର ପରିବାର ଅଦାଲତରେ ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏହି ମାମଲାର ଶୁଣାଣି ଚାଲିଥିଲା । ତେବେ ନିକଟରେ ପରିବାର ଅଦାଲତ ବର୍ଷାଙ୍କ ଆବେଦନକୁ ଖାରଜ କରିଥିଲେ । ସେହିପରି ଅନୁଭବଙ୍କ ଛାଡପତ୍ର ଆବେଦନକୁ ମଧ୍ୟ ଖାରଜ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking