34.1 C
Bhubaneswar
Friday, June 28, 2024
Homeଓଡିଶାଘରୋଇ ଯାତ୍ରୀବାହୀ ଇନ୍ଦ୍ରାଣୀ ବସ ଓଲଟି ୨୫ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ୪ ଜଣକ...

ଘରୋଇ ଯାତ୍ରୀବାହୀ ଇନ୍ଦ୍ରାଣୀ ବସ ଓଲଟି ୨୫ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ୪ ଜଣକ ଅବସ୍ଥା ସଙ୍କଟାପନ୍ନ

ରାଇରଙ୍ଗପୁର: ଭାରସାମ୍ୟ ହରାଇ ମଧ୍ୟରାତ୍ରୀରେ ଓଲଟିଲା ଯାତ୍ରୀବାହୀ ବସ୍ । ବାରିପଦା ବେତନଟୀ ୧୮ ନଂ ଜାତୀୟ ରାଜପଥ କୃଷ୍ଣଚନ୍ଦ୍ରପୁର ଛକ ପାଖରେ ଇନ୍ଦ୍ରାଣୀ ନାମକ ଏକ ଘରୋଇ ବସ ଓଲଟିଛି । ବସଟି ରାଇରଙ୍ଗପୁର ରୁ ବାରିପଦା ଦେଇ ଭୁବନେଶ୍ୱର ଯାଉଥିବା ବେଳେ ରାତି ଗୋଟାଏ ବେଳକୁ ରାସ୍ତା ତଳକୁ ଓଲଟି ପଡିଥିଲା। ପ୍ରାଥମିକ ପର୍ଯ୍ୟାୟରେ ବସ୍ ଓଲଟିବାର କାରଣ ଜଣାପଡି ନ ଥିବା ବେଳେ ହୁଏତଃ ଭାରସାମ୍ୟ ହରାଇ ଓଲଟି ପଡିଥିବା ଅନୁମାନ କରା ଯାଉଛି। ବସରେ ପଚାଶରୁ ଉର୍ଦ୍ଧ୍ବ ଯାତ୍ରୀ ଥିବାବେଳେ ଦୁର୍ଘଟଣା ଖବରପାଇ ମଧ୍ୟରାତ୍ରୀରେ ଜାତୀୟ ରାଜପଥର ଆମ୍ବୁଲାନ୍ସ, ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ପଚିଶରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ଅବସ୍ଥାରେ ବାରିପଦା ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅଧିକାଂଶ ଆହତ ଯାତ୍ରୀ ପ୍ରାଥମିକ ଚିକିତ୍ସା ପରେ ଫେରି ଯାଇଛନ୍ତି। ବେତନଟୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସଟିକୁ ଜବତ କରିବା ସହ କାଗଜପତ୍ର ଯାଞ୍ଚ ସହ ଦୁର୍ଘଟଣାର କାରଣ ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking