24.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶମୋଦୀଙ୍କ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର: ବିବିସି ଉପରେ ବର୍ଷିଲେ କେନ୍ଦ୍ର ସରକାର

ମୋଦୀଙ୍କ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର: ବିବିସି ଉପରେ ବର୍ଷିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ବିବିସି ପକ୍ଷରୁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର (ଡକୁମେଣ୍ଟାରୀ) ନିର୍ମିତ ହୋଇଛି । ତେବେ ଏହି ଚଳଚ୍ଚିତ୍ରର ବିଷୟବସ୍ତୁୁକୁ ନେଇ କେନ୍ଦ୍ର ସରକାର ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି । କେତେକ ଦେଶଦ୍ରୋହୀ ଏବଂ ଖଳ ପ୍ରକୃତିର ଲୋକଙ୍କ ପ୍ରରୋଚନାରେ ଏଭଳି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି ବୋଲି ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି । ଚଳଚ୍ଚିତ୍ରର ବିଷୟବସ୍ତୁ ସମ୍ପୂର୍ଣ୍ଣ ଏକତରଫା, ଭିତ୍ତିହୀନ ଏବଂ ଉପନିବେଶବାଦର ନିଚ୍ଛକ ପ୍ରତିଫଳନ ବୋଲି ସେ ଅଭିଯୋଗ କରିଛନ୍ତି । ଏହୋପଛରେ କ’ଣ ଉଦ୍ଦେଶ୍ୟ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ବିବିସି ଭଳି ଏକ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଗଣମାଧ୍ୟମ ସଂସ୍ଥା ଯଦି କୁତ୍ସିତ ଢଙ୍ଗରେ ଅପପ୍ରଚାର କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରେ, ତେବେ ଏହାକୁ ଭାରତ ସରକାର କୌଣସି ପରିସ୍ଥିତିରେ ସମର୍ଥନ କରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ବିବିସିି ପକ୍ଷରୁ ‘ଇଣ୍ଡିଆ-ଦି ମୋଦୀ କ୍ୱେଶ୍ଚେନ୍‌’ ନାମରେ ଏହି ପ୍ରମାଣିତ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ମଙ୍ଗଳବାର ଏହାର ପ୍ରଥମ ଭାଗ ୟୁଟ୍ୟୁବ୍‌ରେ ପ୍ରସାରିତ ହୋଇସାରିଥିବାବେଳେ ଆସନ୍ତା ୨୪ରେ ଦ୍ୱିତୀୟ ଭାଗ ପ୍ରସାରିତ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଭାରତ ସରକାରଙ୍କ ପକ୍ଷରୁ ଆପତ୍ତି ଉଠିବାପରେ ୟୁଟ୍ୟୁବ୍ ଏହି ଭାଗକୁ ପ୍ରତ୍ୟାହାର କରିନେଇଛି । ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଘଟିଥିବା ଘଟଣାବଳୀ (ଗୋଧ୍ରା ଟ୍ରେନ୍ ପୋଡି, ତତ୍‌ପରବର୍ତ୍ତୀ ସାଂପ୍ରଦାୟିକ ଦଙ୍ଗା, ବିଲ୍‌କିସ୍ ବାନୋ ଗଣବଳାତ୍କାର)କୁ ଉକ୍ତ ଚଳଚ୍ଚିତ୍ରରେ ସ୍ଥାନିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking