29.1 C
Bhubaneswar
Saturday, July 27, 2024
Homeଦୀପାବଳି/କାଳିପୂଜା୩୭ ବର୍ଷରେ ପାଦ ଦେଲେ ଟିଭି ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ

୩୭ ବର୍ଷରେ ପାଦ ଦେଲେ ଟିଭି ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ

ହାଇଦ୍ରାବାଦ : ଆଜି ନିଜର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ତଥା ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ ଦିବ୍ୟାଙ୍କା ତ୍ରିପାଠୀ । ସେ ୧୯୮୪ ମସିହା ଆଜିର ଦିନରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜନ୍ମଗ୍ରହଣ କରିଥିଲେ । ଦିବ୍ୟାଙ୍କା ବହୁ ଟିଭି ସିରିଏଲରେ କାମ କରିଛନ୍ତି । ତାଙ୍କ ଫ୍ୟାନ ଫଲୋର୍ସ ମଧ୍ୟ କେଉଁ ବଲିଉଡ୍ ସେଲିବ୍ରିଟି ଠାରୁ କମ ନୁହେଁ । ତେବେ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସହ ଜ଼ଡ଼ିତ କିଛି ଖାସ କଥା ଜାଣନ୍ତୁ ।

ଦିବ୍ୟାଙ୍କା ତାଙ୍କ ପୁରା ପାଠ ପଢା ଭୋପାଲରେ କରିଥିଲେ । ତାଙ୍କୁ ପିଲାବେଳୁ ଆକ୍ଟିଙ୍ଗରେ ବହୁତ ରୁଚି ଥିଲା । କଲେଜ ସମୟରେ ଦିବ୍ୟାଙ୍କା ମଧ୍ୟ ମିସ ଭୋପାଲ ହୋଇଥିଲେ । ଦିବ୍ୟାଙ୍କାଙ୍କ ଜୀବନ ମଧ୍ୟ ଏକ ଚଳଚ୍ଚିତ୍ର କାହାଣୀ ପରି । ଯେଉଁଥିରେ ଏକ ଛୋଟ ସହରର ଝିଅ ନାମ କମାଇବାର ସ୍ବପ୍ନ ନେଇ ମୁମ୍ବାଇକୁ ଆସିଥାଏ, ଯାହା ପରେ ସେ ନିଜ କଠିନ ପରିଶ୍ରମରେ ଏକ ଟପ ଷ୍ଟାର ହୋଇଥିଲେ । ଦିବ୍ୟାଙ୍କା ପିଲାଦିନେ ଏକ ଟମ୍ ବୟ ଥିଲେ । ସେ କେବଳ କ୍ରୀଡ଼ାରେ ସକ୍ରିୟ ନଥିଲେ ବରଂ ସେ ଏନସିସିରେ ଥିବାବେଳେ ସେ ଶ୍ରେଷ୍ଠ କ୍ୟାଡେଟ ଭାବରେ ମଧ୍ୟ ମନୋନୀତ ହୋଇଥିଲେ। କେବଳ ଏତିକି ନୁହେଁ ସେ ସୁଟିଂରେ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି । ସେନା ପରିବାରରୁ ଆସିଥିବା ଦିବ୍ୟାଙ୍କା ମଧ୍ୟ ସେନାରେ ଯୋଗଦେବାକୁ ଚାହୁଁଥିଲେ । କିନ୍ତୁ ଆଙ୍କ୍‌ରିଙ୍ଗର ଏକ ଅଫର ପାଇଲେ ଦିବ୍ୟାଙ୍କା । ଏହାପରେ ଦିବ୍ୟାଙ୍କାଙ୍କ ଜୀବନ ବଦଳିଗଲା ।

ଦିବ୍ୟାଙ୍କା ନିଜ କ୍ୟାରିୟରର ଆରମ୍ଭ ଜିଟିଭିର ଏକ ସୋ ‘ବନୁ ମେଁ ତେରି ଦୁଲ୍‌ହନ’ ରୁ କରିଥିଲେ । ଏହି ସୋରେ ତାଙ୍କ କୋ-ଷ୍ଟାର ଶରଦ ମଲହୋତ୍ରା ଥିଲେ । ଆଉ ଏହି ସିରିଏଲ ମାଧ୍ୟମରେ ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ଗଢି ଉଠିଥିଲା । ଦୁଇ ୮ ବର୍ଷ ସମ୍ପର୍କରେ ରହିବା ପରେ ୨୦୧୫ ରେ ଦୁଇ ଜଣଙ୍କର ବ୍ରେକଅପ ହୋଇଯାଇଥିଲା । ଏହାପରେ ଦିବ୍ୟାଙ୍କା ‘ୟେ ହେ ମୋହବତେଁ’ ସିରିଏଲରେ ବିବେକ ଦାହିୟାଙ୍କ ସହ ଦେଖାହୋଇଥିଲା । ଏହି ସୋ ମାଧ୍ୟମରେ ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ଗଢି ଉଠିଲା ଏବଂ ଏହାପରେ ଦୁଇ ଜଣ ବିବାହ ମଧ୍ୟ କରିଥିଲେ । ସୂଚନା ଯେ, ଦିବ୍ୟାଙ୍କା ନିଜ କଠିନ ପରିଶ୍ରମ ପାଇଁ ଆଜି ଜଣେ ସଫଳ ଅଭିନେତ୍ରୀ ହୋଇପାରିଛନ୍ତି । ଦିବ୍ୟାଙ୍କାଙ୍କୁ ଗୋଟିଏ ଦିନର ଏପିସୋଡ୍ ପାଇଁ ୯୫ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ଦରମା ଦିଆଯାଇଥିଲା । ଏହି ଦରମା ଆଧାରରେ ସେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଟିଭି ଅଭିନେତ୍ରୀ ଭାବରେ ମଧ୍ୟ ବିବେଚିତ ହୁଅନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking