ଇନ୍ଦୋର: ନିଜର ଚତୁର୍ଥ ପତ୍ନୀଙ୍କୁ ତଲାକ୍ (ଛାଡପତ୍ର) ଦେଇଥିବା ଅଭିଯୋଗରେ ମଧ୍ୟପ୍ରଦେଶ ପୁଲିସ ରାଜସ୍ଥାନ ବାସିନ୍ଦା ଇମ୍ରାନ ନାମକ ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ମୁସ୍ଲିମ୍ ୱିମେନ୍ ଆକ୍ଟ ଅନୁଯାୟୀ ତିନି ତଲାକ୍କୁ ବେଆଇନ ଘୋଷଣା କରାଯାଇଥିବାବେଳେ ଦୋଷୀଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା କରାଯାଇଛି । ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିବା ଏହି ପୀଡିତା ମହିଳା ଏକ ବୈବାହିକ ସାଇଟ୍ ମାଧ୍ୟମରେ ଇମ୍ରାନଙ୍କୁ ଭେଟିଥିଲେ । ଇମ୍ରାନ ତାଙ୍କୁ ବିବାହ କରିବା ସହ ପିଲାମାନଙ୍କୁ (ପ୍ରଥମ ସ୍ୱାମୀଙ୍କ ଔରସରୁ) ଦେଖାଶୁଣା କରିବେ ବୋଲି ମଧ୍ୟ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ତେବେ ଇମ୍ରାନ୍ ପୂର୍ବରୁ ତିନିଜଣ ମହିଳାଙ୍କୁ ବିବାହ କରିଥିବା ଚତୁର୍ଥ ପତ୍ନୀ ଜାଣିବାପରେ ସମସ୍ୟାର ସୂତ୍ରପାତ ଘଟିଥିଲା । ଇମ୍ରାନ ହ୍ୱାଟସ୍ଆପ୍ରେ ଚତୁର୍ଥ ପତ୍ନୀଙ୍କୁ ତିନି ତଲାକ୍ ଦେବାପରେ ମହିଳା ଜଣକ ଇନ୍ଦୋର ଥାନାରେ ଏତଲା ଦାଏର କରିଛନ୍ତି । ତେବେ ଏହି ଘଟଣାରେ କାହାରିକୁ ଏପର୍ଯ୍ୟନ୍ତ ଗିରଫ କରାଯାଇନଥିବା କୁହାଯାଇଛି ।