ରାଉରକେଲା: ରାଉରକେଲା ରେଳଷ୍ଟେସନରେ ଥିବା କୁଲିମାନେ ଲାକଡାଉନ ସମୟରେ ପାଉ ନାହାଁନ୍ତି ଦୁଇବେଳା ଖାଦ୍ୟ। ଶ୍ରମିକମାନେ ଯେଉଁ ସ୍ଥାନରେ ରହିଛନ୍ତି, ତାଙ୍କୁ ସେହି ସ୍ଥାନରେ ଖାଇବା ତଥା ଭତ୍ତା ପହଞ୍ଚାଇ ଦିଆଯିବ ବୋଲି ବିହାର ସରକାର ଣ୍ଡିଣ୍ଡିମ ପିଟୁଛନ୍ତି । ହେଲେ କୁଲିମାନଙ୍କ ମଧ୍ୟରୁ ଅନେକ ଜଣ ବିହାର ଫେରି ଯାଇଥିବା ବେଳେ 40 ଜଣ କୁଲି ଙ୍କ 200 ପରିବାର ଭୋକରେ ଦିନ କାଟୁଛନ୍ତି। କୁଲିମାନଙ୍କ ପାଖରେ ନା ଅଛି ରାଶନ କାର୍ଡ ନା ମିଳୁଛି ରାଜ୍ୟ ସରକାରଙ୍କ ଠୁ କୌଣସି ଭତ୍ତା। ବିହାର ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳିନଥିବା ବେଳେ ଗୁରୁବାର
ସିଆଇଏସଏଫ ଓ ଆରପିଏଫ ଏମାନଙ୍କ ପାଇଁ ସହାୟତା ଦେବା ଆରମ୍ଭ କରିଛନ୍ତି।
ସିଆଇଏସଏଫ ଓ ଆରପିଏଫ ଏମାନଙ୍କ ପାଇଁ ସହାୟତା ଦେବା ଆରମ୍ଭ କରିଛନ୍ତି।
ସିଆଇଏସଏଫ ପକ୍ଷରୁ କମାଣ୍ଡାଣ୍ଟ ଏସ କେ ମିଶ୍ର, ଡିସି ଆର ଖାଁ, ଏସି.ଆର.ପି ପାଠକ, ଇନ୍ସପେକ୍ଟର ବଲବନ୍ତ କୁମାର, ବବନ କୁମାର ଓ ଅନ୍ୟ ଯବାନମାନଙ୍କ ସହିତ ଉପସ୍ଥିତ ରହି କୁଲିଙ୍କୁ ସହଯୋଗର ହାତ ବଢାଇଛନ୍ତି । ସେହିପରି ଆରପିଏଫର ଏଏସସି ଚୌଧୁରୀ ତଥା ପୋଷ୍ଟ ପ୍ରଭାରୀ ଗଣେଶ ପାଣ୍ଡେ ମଧ୍ୟ ଉପସ୍ଥିତ ରହି ଚାଉଳ ଓ ଡାଲି ବିତରଣ କରିଛନ୍ତି । ବିତରଣ ସମୟରେ ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦିଆ ଯାଇ ଥିଲା।
ଛାତ ଭାଙ୍ଗି ମଦ ଚୋରି ଘଟଣା, 3 ଗିରଫ
ରାଉରକେଲା: ଲକଡାଉନ ସମୟରେ ଛାତ ଭାଙ୍ଗି ମଦ ଦୋକାନରୁ ହୋଇ ଥିବା ଚୋରି ଘଟଣାରେ ପ୍ଲାଣ୍ଟ ସାଇଟ ପୋଲିସ 3 ଜଣଙ୍କୁ ଗିରଫ କରିଛି । ଏହା ସହିତ ଚୋରି ହୋଇ ଥିବା 4 କାର୍ଟୁନ ମଦ ଧରିବାରେ ସଫଳ ହୋଇଛି ପୋଲିସ । ମଦ ଚୋରିରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଅଟୋକୁ ମଧ୍ୟ ପୋଲିସ ଜବତ କରିଛି । ଲକଡାଉନ ସମୟରେ ମଦ ଦୋକାନରୁ ଚୋରି ଘଟଣା ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇ ଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାରେ ସହାୟକ ହୋଇ ଥିଲା ସିସିଟିଭି । ତେବେ ଏହି ସିସିଟିଭି ଆଧାରରେ ଚୋରଙ୍କୁ ଚିହ୍ନଟ କରିବା ପରେ ପୋଲିସ ଏମାନଙ୍କୁ ଗିରଫ କରିଛି ।
ଆଇଜିଏଚ୍ରେ କୋଭିଡ୍-୧୯ ଟେଷ୍ଟ ଲାଗି ପରୀକ୍ଷାଗାର ଉଦ୍ଘାଟିତ
ରାଉରକେଲା : ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ୍)ରେ କୋଭିଡ୍-୧୯ ଟେଷ୍ଟ ଲାଗି ପରୀକ୍ଷାଗାର ଉଦ୍ଘାଟିତ ହୋଇଯାଇଛି। ରାଉରକେଲା ଇସ୍ପାତ କାରଖାନା ମୁଖ୍ୟ ନିର୍ବାହୀ ନିର୍ଦ୍ଦେଶକ ଦୀପକ କୁମାର ଚାଟାର୍ଜ ଏହାକୁ ଉଦଘାଟନ କରିଛନ୍ତି। ହି ଅବସରରେ ରାଉରକେଲା ଏଡିଏମଓ କାବୁଲି ସୁନୀଲ ନରବାଣେ ଓ ଆଇଜିଏଚର ନିର୍ଦ୍ଦେଶକ ଉପସ୍ଥିତ ଥିଲେ।