23.1 C
Bhubaneswar
Friday, November 22, 2024
Homeଓଡିଶାଚିକିତ୍ସା ଅଭାବରୁ ମୃତ୍ୟୁ ସହ ଲଢ଼ୁଛନ୍ତି ଆଦିବାସୀ ଯୁବକ ଦିଉଡୁ ମାଝୀ 

ଚିକିତ୍ସା ଅଭାବରୁ ମୃତ୍ୟୁ ସହ ଲଢ଼ୁଛନ୍ତି ଆଦିବାସୀ ଯୁବକ ଦିଉଡୁ ମାଝୀ 

ରାୟଗଡା : ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ଅନେକ ଯୋଜନା ରହିଛି ହେଲେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଇଲାକାରେ ଏହା ସମ୍ପୂର୍ଣ ଫେଲ ମାରିଛି । ଆର୍ôଥକ ଅନାଟନରେ ଚିକିତ୍ସା ଅଭାବରୁ ମୃତ୍ୟୁ ସହ ଲଢ଼ୁଛନ୍ତି ଆଦିବାସୀ ଅଞ୍ଚଳର ଅପହଞ୍ଚ ଇଲାକାର ଯୁବକମାନେ । ଏ ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ସଙ୍କରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ ପୁକେଲ ଗ୍ରାମରେ । ଏ ହେଉଛନ୍ତି ବଡ଼ ପୁକେଲ ଗ୍ରାମର ଆଦିବାସୀ ଯୁବକ ଦିଉଡୁ ମାଝୀ । ବାପା ଙ୍କର ମୃତ୍ୟୁ ପରେ ଘରର ମୁରବି କେବଳ ବିଧବା ମାଆ ସୋଦ୍ରୀ ମାଝୀ । ପରିଣତ ବୟସରେ ଜଙ୍ଗଲରୁ କାଠ ସଂଗ୍ରହ କରି ଟିକିରି ଅଞ୍ଚଳରେ ବିକ୍ରି କରିଲେ ଘର ଚଳେ । ଇତି ମଧ୍ୟରେ ଦୀର୍ଘ ଦୁଇବର୍ଷ ତଳେ ଡିଉଦିଙ୍କ ମେରୁଦଣ୍ଡ ଛୋଟିଆ ମାଂସ ପିଣ୍ଡୁଳା ଟିଏ ବାହାରିଲା । କଷ୍ଟ ହେବା ସହିତ ଏହାର ଆକାର ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଲା । ଅଭାବ ଅନାଟନ ସତ୍ୱେ ପୁଅର ଚିକିତ୍ସା ପାଇଁ ବିଧବା ମା ଗାଁ ଲୋକଙ୍କ ଠାରୁ ଧାରକରଜ କରି ରାୟଗଡା ଜିଲ୍ଲା ଚିକିତ୍ସାଳୟ , କୋରାପୁଟ ଓ ବ୍ରହ୍ମପୁର ବଡ ଡାକ୍ତରଖାନା ସହ ଭୁବନେଶ୍ୱର ସ୍ଥିତ ଏମ୍ସକୁ ମଧ୍ୟ ନେଇଥିଲେ । କିନ୍ତୁ ତାଙ୍କୁ ତୁରନ୍ତ ଚିକିତ୍ସା କରା ନ ଯାଇ ଏକ ମାସର ଆସିବାକୁ କହିବାରୁ ପରବର୍ତୀ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିଲା । ବର୍ତ୍ତମାନ ଅସହ୍ୟ ଯନ୍ତ୍ରଣାରେ ଦିଉଡୁ ମାଝୀ ଖଟରେ ପଡି ମରଣ ସହ ସଂଘର୍ଷ କରୁଛି । ଏପଟେ ବିଧବା ମା’ ସରକାରଙ୍କ ସହାୟତାକୁ ଅପେକ୍ଷା କରି ଭଗବାନଙ୍କ ଉପରେ ଭରସା କରିଛନ୍ତି । ଏ ନେଇ ଜିଲ୍ଲା ଚିକିତ୍ସା ଅଧକାରୀଙ୍କ ନଜରକୁ ଦିଉଡୁ ମାଝୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଣିବାପରେ ଏକ ଡାକ୍ତରୀ ଟିମକୁ ବଡ଼ ପୁକେଲ ଗାଁକୁ ଦିଉଡୁ ମାଝୀର ସ୍ୱାସ୍ଥ୍ୟ ଅବସ୍ଥା ପରିଖିବା ପାଇଁ ପଠାଯାଇଛି । ରିପୋର୍ଟ ମିଳିବାପରେ ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ସରକାର ବହନ କରିବା ସହିତ ଆବଶ୍ୟକ ସ୍ଥଳେ ଚିକିତ୍ସା ପାଇଁ ଅନ୍ୟତ୍ର ପଠାଯିବ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆର୍ତ୍ତବନ୍ଧୁ ନାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking