32.1 C
Bhubaneswar
Thursday, March 28, 2024
Homeଓଡିଶାରାଜ୍ୟରେ ଆଉ ୬୯୪ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୬୯୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଆଉ ୬୯୪ କରୋନା ଆକ୍ରାନ୍ତ ସୁସ୍ଥ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୯ହଜାର ୮୫୯ରେ ପହଞ୍ଚିଛି । ଏନେଇ ଗୁରୁବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦେଇଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୫୪ ଜଣ ଥିବାବେଳେ କଟକରୁ ୮୧, ଯାଜପୁରରୁ ୩୩, ମୟୂରଭଂଜରୁ ୨୯, ଜଗତସିଂହପୁରରୁ ୨୩, ବାଲେଶ୍ୱରରୁ ୨୧, ଢେଙ୍କାନାଳରୁ ୨୦, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ରୁ ୧୯-୧୯ ଜଣ, ଭଦ୍ରକରୁ ୧୭ ଓ କେନ୍ଦୁଝରରୁ ୧୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀରୁ ୧୪, ସମ୍ବଲପୁରରୁ ୧୩, ବୌଦ୍ଧରୁ ୧୨, ଅନୁଗୁଳରୁ ୧୦, ଦେବଗଡ଼, ନୟାଗଡ଼ରୁ ୯-୯, ଗଂଜାମରୁ ୮, ନୂଆପଡ଼ାରୁ ୭, ବରଗଡ଼ରୁ ୬, କନ୍ଧମାଳ, ରାୟଗଡ଼ାରୁ ୪-୪, ବଲାଙ୍ଗୀରରୁ ୩, କୋରାପୁଟ, ମାଲକାନଗିରିରୁ ୨-୨, କଳାହାଣ୍ଡିରୁ ଜଣେ ଏବଂ ରାଜ୍ୟପୁଲରୁ ୫୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking