30.1 C
Bhubaneswar
Monday, May 20, 2024
Homeଓଡିଶାଡି.ଆର.ଏମ ସହିତ ସଂଗ୍ରାମ ସମିତିର ଆଲୋଚନା

ଡି.ଆର.ଏମ ସହିତ ସଂଗ୍ରାମ ସମିତିର ଆଲୋଚନା

ଯାଜପୁର: ଆଜି ତା ୨୮, ୭, ୨୩ ରିଖ ରେଳ ଯାଜପୁରରୋଡ ରେଳ ଷ୍ଟେସନ ଠାରେ ରେଳ ଦୁର୍ଘଟଣା ରେ 6ଜଣ ମୃତ୍ୟୁ ଘଟିଥିଲା l ସେମାନଙ୍କ ପରିବାର ବର୍ଗ ମାନଂକୁ ଅନୁକମ୍ପା ରାଶି ପଦାନ ପାଇଁ କୋରେଇ ସଂଗ୍ରାମ ସମିତି ଖୋର୍ଦ୍ଧା ଡ଼ି ଆର ଏମ କୁ ଭେଟିଆଲୋଚନା କରି ଛନ୍ତି l ଗତ ଜୁନ ୭ ତାରିଖରେ ଯାଜପୁର ରୋଡ ଯାଜପୁର କେନ୍ଦୁଝର ରେଳ ଷ୍ଟେସନ ରେ ଠିକା ଶ୍ରମିକ ମାନେ କାର୍ଯ୍ୟ କରୁଥିବା ସମୟରେ ଖାଲି ମାଳବାହି ବଗି ଗଡିଯିବାରୁ ଘଟଣା ସ୍ଥଳରେ ୬ ଜଣ ଶ୍ରମିକ ମୁର୍ତ୍ୟୁ ବରଣ କରିବା ସହିତ ଦୁଇଜଣ ଏବେ ହାତ ଗୋଡ କଟି ଯିବାରୁ ଜୀବନ ସହିତ ସଂଘର୍ଷ କରୁଛନ୍ତି, ସେମାନଂକୁ ଅନୁକମ୍ପା ଅର୍ଥ ଦାବି କରି ଜୁଲାଇ ୨୧ ଠାରୁ ଦୁଲାଖାପାଟଣା ରେଳ ଷ୍ଟେସନ ଠାରେ କୋରାଇ ସଂଗ୍ରାମ ସମିତି ଓ ବନ୍ଦlଳ ବାସୀ ଙ୍କ ସହଯୋଗ ରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା ସେଠାରେ ପୂର୍ବତଟରେଳ ବିଭାଗ ଓ ଆର, ପି, ଏଫ. ଜି ଆର, ପି ତଥା କୋରାଇ ଥାନା , ଅଧିକାରୀ ମାନେ ପହଂଚି ଜୁଲାଇ ୨୮ ତାରିଖ ନୂତନ ଡି, ଆର, ଏମ, ଦାଇତ୍ୱ ନେବା ପରେ ଖୋର୍ଦ୍ଧା ଠାରେ ମିଳିତ ଆଲୋଚନା ପାଇଁ ଚୁକ୍ତି ସ୍ଵାକ୍ଷରୀତ ହୋଇଥିଲା, ସେହି ଅନୁଯାଇ ଆଜି ଖୋର୍ଦ୍ଧା ଠାରେ ଡି, ଆର, ଏମ. ଶ୍ରୀ ଏଚ, ଏସ, ବାଜୱା ଏ, ଡି, ଆର ଏମ, କଲ୍ୟାଣ ପଟନାୟକ ଡି, ସି, ଏମ, ଗିରିଶ ଚନ୍ଦ୍ର ନାୟକ ଓ କୋରାଇ ସଂଗ୍ରାମ ସମିତି ର ସଭାପତି ବିଦ୍ୟାଧର ମହାନ୍ତି ଉପ ସଭାପତି ଆଲୋକ ମହାନ୍ତି, ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର ବନ୍ଦlଳ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଷ୍ଣୁଚରଣ ରଥ ସମିତି ସଭ୍ୟା ପ୍ରତିନିଧି ଅଜୟ କୁମାର ମହାକୁଡ଼, ଏସ ଏସ ଜି, ଗ୍ରୁପ ର ରଶ୍ମିତା ପେରାଇ ମିଲି ରାଣି ସାମଲ ଓ ବାଟକୃଷ୍ଣ ସାହୁ ପ୍ରମୁଖ ପ୍ରତିନିଧି ୬ ଜଣ ଙ୍କୁ ଆର୍ଥିକ ସହାୟତା ଦେବା ସହ ମୂର୍ତକ ପରିବାର ରୁ ଜଣକୁ ନିଯୁକ୍ତି ଦିଆଯାଉ ପ୍ରସ୍ତାବ ରଖିବା ସହ ଦୁଲାଖା ପାଟଣା ପି, ଏଚ, ର ଉନୟନ ଉପରେ ଏକ ଦାବି ଉପସ୍ଥାପନ କରିଥିଲେ, ଡି, ଆର, ଏମ. ସମସ୍ତ କଥା ଶୁଣିବା ପରେ ଠିକା ସଂସ୍ଥା , ଙ୍କୁ ରେଲୱେ ବୋର୍ଡ କୁ ଚିଠି ଲେଖି ନିଷ୍ପତ୍ତି ନେବାକୁ ଓ ଠିକାଦାର ଙ୍କୁ ତୁରନ୍ତ ଡ଼ାକି ସହାୟତା ରାଶି ଦେବାକୁ ତାଗିଦ୍ କରିବା ସହ ଦୁଲାଖା ପାଟଣା ଷ୍ଟେସନ ପ୍ରତି ଆବଶ୍ୟକ ପଦକ୍ଷପ ନେବାକୁ ପ୍ରତିଶୃତି ଦେଇଥିଲେ. ସଂଗ୍ରାମ ସମିତି ପକ୍ଷରୁ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଶ୍ରୀ ବାଜୱା ଙ୍କୁ ପୁଷ୍ପ ଗୁଛ ଦେଇ ସ୍ୱାଗତ କରାଯାଇଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking