କୋଲକାତା : ପୁରୀର ଅବିକଳ ଜଗନ୍ନାଥ ମନ୍ଦିର ଦିଘାରେ ତିଆରି ହେବାକୁ ଯାଉଛି । ଚାରିବର୍ଷ ତଳେ ମନ୍ଦିର ନିର୍ମାଣର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅକ୍ଷୟ ତୃତୀୟା ଦିନ ସେହି ମନ୍ଦିରର ସ୍କେଚ ପ୍ରକାଶିତ ହୋଇଛି । ବର୍ଷକ ମଧ୍ୟରେ ମନ୍ଦିର ନିର୍ମାଣର ଲକ୍ଷ୍ୟ ରଖାଯାଇଛି ।
ଦୀଘାର ୨୨ ଏକର ସ୍ଥାନରେ ତିଆରି ହେବ ଜଗନ୍ନାଥ ମନ୍ଦିର । ଏଥିପାଇଁ ପ୍ରଥାମିକ ଭାବେ ୨୦୦ କୋଟି ଟଙ୍କା ବରାଦ କରିଛନ୍ତି ମମତା ସରକାର । ତେବେ ଜଗନ୍ନାଥ ମନ୍ଦିର ନିର୍ମାଣକୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି ରାଜନୈତିକ ତର୍କ ବିତର୍କ । ବିଜେପି ନେତା ସୁଦାମ ପଣ୍ଡିତ କହିଛନ୍ତି ନିର୍ବାଚନ ଆସିଲେ ଶିଳାନ୍ୟାସ ହୁଏ । କିଛି ବିଶିଷ୍ଟ ପ୍ରବାସୀ ଓଡ଼ିଆ ଦୀଘାରେ ଅନୁରୂପ ଜଗନ୍ନାଥ ମନ୍ଦିର ନିର୍ମାଣ ଓ ଏହାର ନକ୍ସାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।